ଉତ୍ତର ପ୍ରଦେଶରୁ ୨ଟି ଆସନରେ ନିର୍ବାଚନ ଲଢ଼ିବେ ଅଖିଳେଶ
ଲକ୍ଷ୍ନୌ:ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ରାଜନୈତିକ ଦଳ ନିଜ ନିଜ ସ୍ତରରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଉ ଯଦି ଆମେ ଉତ୍ତର ପ୍ରଶେର ସମାଜବାଦି ପାର୍ଟି ବିଷୟରେ ଆଳୋଚନା କରିବା ତେବେ ସମାଜବାଦି ପାର୍ଟି ବି ତାର ପ୍ରାର୍ଥୀ ତାଲିକା ମଧ୍ୟ ଶେଷ କରିସାରଛି । ପ୍ରଥମ ତାଲିକା ଖାରମା ପରେ ଯେକୌଣସି ଦିନ ପ୍ରକାଶ ପାଇବାର ସମ୍ଭାବନା ରହିଛି ।
ମିଳିଥିବା ସୂତ୍ରର ଖବର ଅନୁଯାୟୀ , ଏଥର ଅଖିଳେଶ ଯାଦବ ଦୁଇଟି ଆସନରୁ ନିର୍ବାଚନ ଲଢ଼ିପାରନ୍ତି । ଯେଉଁଥିରେ ଉଭୟ କନ୍ନୋଜ୍ଜ ଏବଂ ଆଜମଗଡ ଆସନ ଅନ୍ତର୍ଭୁକ୍ତ ରହିଛି । ସୂଚନାନୁସାରେ, ଯେଉଁ ଆସନଗୁଡିକ ଚୂଡ଼ାନ୍ତ ହୋଇଛି, ସେମାନଙ୍କ ମଧ୍ୟରେ ଅଖିଳେଶ ଯାଦବ ନିଜେ କନ୍ନୋଜ ଏବଂ ଆଜମଗଡରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଅଖିଳେଶଙ୍କ ପତ୍ନୀ ଡିମ୍ପଲ୍ ଯାଦବ ମେନ୍ପୁରୀରୁ ନିର୍ବାଚନ ଲଢ଼ିବେ । ଧର୍ମେନ୍ଦ୍ର ଯାଦବଙ୍କୁ ବାଦୁନରୁ ପ୍ରାର୍ଥୀ କରାଯିବ ।

ଫିରୋଜାବାଦରୁ ଅକ୍ଷୟ ଯାଦବ ପ୍ରାର୍ଥୀ ହେବେ । ଏସପି ଲାଲଜୀ ଭର୍ମାଙ୍କ ଝିଅ ଛାୟା ଭର୍ମାଙ୍କୁ ଆମ୍ବେଦକର ଶିବ ନାଗରର ପ୍ରାର୍ଥୀ ହେବେ । ଆଉ ଅଯୋଧ୍ୟା ପ୍ରସାଦ ଅଯୋଧ୍ୟାରୁ ପ୍ରାର୍ଥୀ ହେବେ ବୋଲି ଶୁଣାଯାଉଛି ।












Click it and Unblock the Notifications