ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ, ସ୍ବାଗତ କଲେ ଅଖିଳେଶ
ଖୁସିହେଲେ ଅଖିଳେଶ । କହିଲେ ଆମେ ଅନେକ ଦିନରୁ ଦାବି କରୁଥିଲୁ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ପରେ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ୟୁପି ସିଏମ ଅଖିଳେଶ ଯାଦବ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ସମସ୍ତଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ, ଯାହାର ଫଳାଫଳ ଆଜି ଦୃଶ୍ୟମାନ ହେଉଛି ।

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କୃଷକ ନେତା, ସେ ସମଗ୍ର ଜୀବନ କୃଷକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭରତ ରତ୍ନ ପ୍ରଦାନ ଘୋଷଣା ସମ୍ପର୍କରେ ଏସପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଅନେକ ଅଭିନନ୍ଦନ ଏବଂ ସମାଜବାଦୀ ପାର୍ଟି ଚୌଧୁରୀ ଚରଣ ସିଂଙ୍କ ପାଇଁ ଭାରତ ରତ୍ନ ଦାବି କରିଥିଲା।
ଅନ୍ୟପକ୍ଷରେ ଚୌଧୁରୀ ଚରଣ ସିଂଙ୍କୁ ଭରତ ରତ୍ନ ଦେବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଦେଶ ପାଇଁ ତାଙ୍କର ଅପୂର୍ବ ଅବଦାନ ପାଇଁ ଉତ୍ସର୍ଗୀକୃତ। ସେ ତାଙ୍କର ସମଗ୍ର ଜୀବନକୁ କୃଷକଙ୍କ ଅଧିକାର ଏବଂ କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ।












Click it and Unblock the Notifications