ବିନା ଅନୁମତିରେ ପଦଯାତ୍ରା, ସପା କର୍ମୀଙ୍କୁ ଅଟକାଇଲା ପୋଲିସ, ୟୁପି ରାସ୍ତାରେ ସଂଘର୍ସ
ବିନା ଅନୁମତିରେ ପଦଯାତ୍ରା, ସପା କର୍ମୀଙ୍କୁ ଅଟକାଇଲା ପୋଲିସ, ୟୁପି ରାସ୍ତାରେ ସଂଘର୍ସ Akhilesh Jadav's roadshow continues at UP
ଲକ୍ଷ୍ନୌ: ସମାଦବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଆଜି ଲକ୍ଷ୍ନୌରେ ପଦଯାତ୍ରାକୁ ଓହ୍ଲାଇଛନ୍ତି । ୟୁପିର ଆଇନଶୃଙ୍ଖଳା, ବେରୋଜଗାରୀ, ଦରମା ବୃଦ୍ଧି, ଆଦିକୁ ବିରୋଧ କରି ସମାଦବାଦୀ ପାର୍ଟି ବିଧାୟକଙ୍କ ପକ୍ଷରୁ ବିଧାନସଭା ପର୍ଯ୍ୟନ୍ତ ପଦଯାତ୍ରାର ଆୟୋଜନ କରାଯାଇଛି ।

ଆଇନ ବିଭାଗର ଯୁଗ୍ମ ସଚିବ, ପୀୟୁଷ ମୋର୍ଡିଆ କହିଛନ୍ତି ଯେ 'ପଦଯାତ୍ରା ବିଷୟରେ ସୂଚନା ପୂର୍ବରୁ ରହିଥିଲା ହେଲେ ଏଥିପାଇଁ ପୂର୍ବ ଅନୁମତି ମଗାଯାଇ ନଥିଲା । ଆମେ ସେମାନଙ୍କୁ ଏକ ସ୍ୱତନ୍ତ୍ର ମାର୍ଗ ନିର୍ଧାରଣ କରି ଦେଇଥିଲୁ ଯାହାଫଳରେ ଟ୍ରାଫିକ୍ ଏବଂ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହେବ ନାହିଁ ହେଲେ ସେ ଏହାକୁ ଗ୍ରହଣ କରି ନାହଁନ୍ତି । ସେମାନଙ୍କୁ ଅଟକାଇବା ଛଡା ଆମ ପାଖରେ ଅନ୍ୟ କୌଣସି ଉପାୟ ନାହିଁ' । ସମାଦବାଦୀ ପାର୍ଟିର ପଦଯାତ୍ରା ପାଇଁ ଲକ୍ଷ୍ନୌ ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ପୋଲିସ ବିରୋଧ କରୁଥିବାରୁ ମଧ୍ୟ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି ।
Roads are in poor condition. No compensation to farmers-there's flood in some areas & drought in some others. Cows died due to Lumpy Virus - Govt didn't provide help. Inflation rising, law/order situation bad, unemployment rising. Why does Govt not want to face us?:Akhilesh Yadav https://t.co/6ZmrGQxJEL pic.twitter.com/oWX68CvfiV
— ANI UP/Uttarakhand (@ANINewsUP) September 19, 2022
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ 'ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହେଉଛି । ଗୃହରେ ରାଜ୍ୟର ୨୫ କୋଟି ଲୋକଙ୍କ ଆକାଂକ୍ଷା ଏବଂ ଆଶାକୁ ବଜାୟ ରଖି ସମସ୍ତ ସଦସ୍ୟ ସେହି ସମସ୍ୟା ମାଧ୍ୟମରେ ସାଧାରଣ ଲୋକଙ୍କ ଭାବନା ସହିତ ସେମାନଙ୍କ ଭାବନାକୁ ଯୋଡିବାର ସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ୨୫ କୋଟି ଲୋକଙ୍କ ସ୍ୱାର୍ଥ ପାଇଁ ଭେଦଭାବ ନକରି କାର୍ଯ୍ୟ କରୁଛି । ଡବଲ୍ ଇଞ୍ଜିନ୍ ସରକାର ସମାଜର ଶେଷ ପର୍ଯ୍ୟାୟରେ ବସିଥିବା ବ୍ୟକ୍ତିଙ୍କୁ ସରକାରଙ୍କ ଯୋଜନାର ଲାଭ ପ୍ରଦାନ କରୁଛି। ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ସତ୍ୱେ ଏଠି ଅରାଜକତା ପାଇଁ ସ୍ଥାନ ନାହିଁ' ।
They hadn't taken permission. Still, they were assigned a designated route which wouldn't have caused traffic congestion. They refused to take that. We've no option but to stop them here. If they take the designated route, there won't be a problem: Jt CP(Law & Order)Piyush Mordia https://t.co/6ZmrGQxJEL pic.twitter.com/9P36kmJZu3
— ANI UP/Uttarakhand (@ANINewsUP) September 19, 2022
ସେପଟେ ବିଭିନ୍ନ ସ୍ଥାନରେ ବ୍ୟାରିକେଡିଂ କରି ବିଧାୟକଙ୍କୁ ଅଟକାଇଥିଲା ପୋଲିସ । ଯାହା ପରେ ରାସ୍ତା ଉପରେ ବସି ପ୍ରତିବାଦ କରିଛନ୍ତି ବିଧାୟକ । ରାଜ୍ୟରେ ଆଇନଶୃଙ୍ଖଳାକୁ ସମାଲୋଚନା କରାଯାଇଛି । ତେବେ ସାଧାରଣ ଲୋକଙ୍କ ଦାବି ବିଧାନସଭାରେ ଉଠାଇବାକୁ ବିଧାୟକମାନେ ପଦଯାତ୍ରାରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିବା ନେଇ ଦଳ ଅଭିଯୋଗ କରିଛି । ଏନେଇ ପୋଲିସ ଓ ସମାଜବାଦୀ ପାର୍ଟିର କର୍ମୀଙ୍କ ମଧ୍ୟରେ ଠେଲାପେଲା ଦେଖିବା ପାଇଁ ମିଳିଛି । ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରଲ ହେଉଛି । ଆଜି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ବେବା ପୂର୍ବରୁ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା ।












Click it and Unblock the Notifications