ଅଯୋଧ୍ୟା ଗଣ ଦୁଷ୍କର୍ମ ଘଟଣା, ଅଭିଯୁକ୍ତଙ୍କ ଡିଏନଏ ଟେଷ୍ଟ ଦାବି କଲେ ଅଖିଳେଶ

ଅଯୋଧ୍ୟା ଗଣ ଦୁଷ୍କର୍ମ ଘଟଣାରେ ବୟାନ ବାଜି ବଢ଼ିବାରେ ଲାଗିଛି । ଅଭିଯୁକ୍ତଙ୍କ ଡିଏନଏ ଟେଷ୍ଟ କରାଯାଉ ବୋଲି ଦାବି କରିଛନ୍ତି ସମାଜବାଦୀ ପାର୍ଟି(ଏସପି) ମୁଖ୍ୟ ଅଖିଳେଶ ଯାଦବ। ସମାଜବାଦୀ ପାର୍ଟିର ଜଣେ ନେତା ଏହି ମାମଲାରେ ଗିରଫ ହେବାକୁ ନେଇ ବିରୋଧୀ ପ୍ରବଳ ସମାଲୋଚନା କରିବା ପରେ ଡିଏନଏ ଟେଷ୍ଟ ପାଇଁ ଦାବି ଉଠାଇଛନ୍ତି ଅଖିଳେଶ ଯାଦବ।

akhilesh yadav

ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ଅଯୋଧ୍ୟାର ଜଣେ 12 ବର୍ଷର ନାବାଳିକା ଗର୍ଭବତୀ ହେବା ପରେ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା। ସମାଜବାଦୀ ପାର୍ଟିର ନେତା ତଥା ଭଧରସା ନଗରରେ ଏକ ବେକେରୀ ଦୋକାନ ଚଲାଉଥିବା ମୋଇଦ ଖାନ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ମୋଇଦ ଖାନ ଏବଂ ତାଙ୍କ ଦୋକାନର ଜଣେ କର୍ମଚାରୀ ନାବାଳିକାଙ୍କୁ ଅସଦାଚରଣ କରିବା ପରେ ତାଙ୍କର ଭିଡିଓ ରଖି ବ୍ଲାକମେଲ୍ କରିଥିଲେ। ଏହାକୁ ନେଇ ସେମାନେ ନାବାଳିକାଙ୍କୁ ଦୀର୍ଘ ଦୁଇ ମାସ ଧରି ବାରମ୍ବାର ଦୁଷ୍କର୍ମ କରିଥିଲେ। ପରେ ପୀଡିତା ଜଣକ ଗର୍ଭବତୀ ହେବା ପରେ ଘଟଣା ସାମ୍ନାକୁ ଆସିଛି। ଜୁଲାଇ 30ରେ ପୁଲିସ ମୋଇଦ ଖାନ ଏବଂ ତାଙ୍କ ଦୋକାନ କର୍ମଚାରୀଙ୍କୁ ଗିରଫ କରିଛି।

ଏହାକୁ ନେଇ ବିରୋଧୀ ସମାଜବାଦୀ ପାର୍ଟିକୁ ପ୍ରବଳ ସମାଲୋଚନା କରିବା ପରେ ପାର୍ଟି ମୁଖ୍ୟ ଅଭିଯୁକ୍ତଙ୍କ ଡିଏନଏ ଟୋଷ୍ଟ କରାଯାଉ ବୋଲି କହିଛନ୍ତି। ଅଖିଳେଶ ଯାଦବ ଏକ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, କେବଳ ଦୋଷାରୋପ କିମ୍ବା ରାଜନୀତି କଲେ ହେବ ନାହିଁ, ଅଭିଯୁକ୍ତଙ୍କର ଡିଏନଏ ଟେଷ୍ଟ କରାଗଲେ ପ୍ରକୃତ ଦୋଷୀ କିଏ ଜଣା ପଡିଯିବ।

ଦୋଷୀ ଯିଏ ବି ହୋଇଥିବ, ତାଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯାଉ। ଆଉ ଯଦି ଡିଏନଏ ଟେଷ୍ଟରୁ ଜଣାପଡେ ଅଭିଯୁକ୍ତ ଦୋଷୀ ନୁହନ୍ତି, ତେବେ ଏଥିରେ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କୁ ଛଡାଯିବା ଉଚିତ୍ ନୁହେଁ। ଏହା ଆମର ଦାବି ବୋଲି ଅଖିଳେଶ ଯାଦବ କହିଛନ୍ତି।

ଯାଦବଙ୍କ ଏହି ଦାବି ପରେ ବିଜେପି, ବିଏସପି ସମେତ ଅନ୍ୟାନ୍ୟ ରାଜନୈତିକ ଦଳର ନେତୃବୃନ୍ଦ ତାଙ୍କୁ କଡା ସମାଲୋଚନା କରିଛନ୍ତି। ଅଖିଳୋଶ ଯାଦବ ଅଭିଯୁକ୍ତଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+