ଆକାସା ବିମାନରେ ଗୃହପାଳିତ ପଶୁଙ୍କୁ ମିଳିଲା ଅନୁମତି
ଏୟାର ଇଣ୍ଡିଆ ପରେ ସ୍ୱର୍ଗତ ରାକେଶ ଝୁନଝୁନୱାଲା ସମର୍ଥିତ ଆକାସା ଏୟାର ଗୁରୁବାର ଘୋଷଣା କରିଛି ଯେ ଏହା ନଭେମ୍ବର 1 ରୁ ଗୃହପାଳିତ ପଶୁମାନଙ୍କୁ ବିମାନରେ ଅନୁମତି ଦେବ।
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ପରେ ସ୍ୱର୍ଗତ ରାକେଶ ଝୁନଝୁନୱାଲା ସମର୍ଥିତ ଆକାସା ଏୟାର ଗୁରୁବାର ଘୋଷଣା କରିଛି ଯେ ଏହା ନଭେମ୍ବର 1 ରୁ ଗୃହପାଳିତ ପଶୁମାନଙ୍କୁ ବିମାନରେ ଅନୁମତି ଦେବ। ଏହା ସହିତ, ଏହି ବିମାନ ସେବା ଦ୍ୱିତୀୟ ବାଣିଜ୍ୟିକ ଭାରତୀୟ ବାହକ ଯାହା ଗୃହପାଳିତ ପଶୁମାନଙ୍କୁ ବିମାନରେ ଅନୁମତି ପ୍ରଦାନ କରିଛି ।

ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରାୟ 18ଟି ବୋଇଙ୍ଗ 737- ମ୍ୟାକ୍ସ ଏୟାର କ୍ରାଫ୍ଟ ଆସିବା ପାଇଁ ଆମେ ଆଶା କରୁ, ବୋଲି କହିଛନ୍ତି ସିଇଓ ବିନୟ ଦୁବେ। ସେ କହିଛନ୍ତି, ରାକେଶ ଝୁନଝୁନୱାଲାଙ୍କ ମୃତ୍ୟୁ ପରେ ଆକାଶା ବିମାନ ପଲିସିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ।












Click it and Unblock the Notifications