ଅଜମେର ଗଣଦୁଷ୍କର୍ମ କେସ୍: ୩୨ ବର୍ଷ ପରେ ୬ ଜଣଙ୍କୁ ମିଳିଲା ଆଜୀବନ ଜେଲ
ରାଜସ୍ଥାନର ଅଜମେରରେ ସବୁଠାରୁ ବଡ଼ ଗଣଦୁଷ୍କର୍ମ ଏବଂ ବ୍ଲାକ୍ମେଲ ମାମଲାରେ ୩୨ ବର୍ଷ ପରେ ଆସିଛି କୋର୍ଟଙ୍କ ରାୟ । ଏହି ମାମଲାର ଅବଶିଷ୍ଟ ସମସ୍ତ ୬ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଆଜି ଅପରାହ୍ନ ୨ଟାରେ କୋର୍ଟ ଏହା ଉପରେ ଦଣ୍ଡ ଘୋଷଣା କରିଛନ୍ତି । କୋର୍ଟ ନଫିସ୍ ଚିସ୍ତି, ନସିମ ଓରଫ୍ ଟାର୍ଜନ, ସଲିମ ଚିସ୍ତି, ଇକବାଲ ଭାଟି, ସୋହେଲ ଗନି ଓ ସୟଦ ଜମିର ହୁସେନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ଦୀର୍ଘ ୩୨ ବର୍ଷ ପରେ କୋର୍ଟ ଏହି ମାମଲାର ଶୁଣାଣି କରି ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହିତ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଜରିମାନା ଲାଗୁ କରିଛନ୍ତି ୩୨ ବର୍ଷ ପୂର୍ବେ ୧୦୦ ରୁ ଅଧିକ ଯୁବତୀଙ୍କୁ ବ୍ଲାକମେଲିଂ କରିବାର ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣା ଜଣାପଡିବା ପରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା।

ଏହି ମାମଲାରେ ସମୁଦାୟ ୧୯ ଜଣ ଅଭିଯୁକ୍ତ ଥିଲେ, ଯେଉଁଥିରୁ ଏପର୍ଯ୍ୟନ୍ତ ୯ ଜଣଙ୍କୁ ଦଣ୍ଡିତ କରାଯାଇଛି। ଘଟଣାର ଦୁଇ ବର୍ଷ ପରେ ଅନ୍ୟ ଜଣେ ଅଭିଯୁକ୍ତ ୧୯୯୪ ରେ ଆତ୍ମହତ୍ୟା କରିଥିଲେ। ଜଣେ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଥିବା କୁହାଯାଉଛି। ଅଭିଯୁକ୍ତମାନେ ପ୍ରଥମେ ଯୁବତୀମାନଙ୍କୁ ଛାତ୍ରମାନଙ୍କୁ ପ୍ରଲୋଭନ ଦେଖାଇ ଅପହରଣ କରୁଥିଲେ ଏବଂ ଆପତ୍ତିଜନକ ଫଟୋ ଉଠାଇ ସେମାନଙ୍କୁ ବ୍ଲାକମେଲ କରୁଥିଲେ।
ଗ୍ୟାଙ୍ଗର ଜାଲରେ ଫସିଥିବା ପୀଡ଼ିତା ମାନଙ୍କ ବୟସ ୧୧ରୁ ୨୦ ବର୍ଷ ବୟସ ମଧ୍ୟରେ ରହିଥିଲା। ସେମାନେ ସମସ୍ତେ ଆଜମେର ଗୋଟିଏ ପ୍ରସିଦ୍ଧ ଘରୋଇ ସ୍କୁଲରେ ପଢ଼ୁଥିଲେ। ସେମାନଙ୍କୁ ଗୋଟିଏ ଫାର୍ମ ହାଉସକୁ ଡକା ଯାଉଥିଲା ଓ ଏହାପରେ ସେଠାରେ ଦୁଷ୍କର୍ମ କରାଯାଉଥିଲା।












Click it and Unblock the Notifications