ଉପମୁଖ୍ୟମନ୍ତ୍ରୀ ହେବେ ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ରା
ଦିବଂଗତ ନେତା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବେ। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ସେ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ସେ ଜାନୁଆରୀ ୩୧ ତାରିଖ (ଶନିବାର) ସନ୍ଧ୍ୟା ୫ଟାରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ନେତୃତ୍ୱାଧୀନ ମହାୟୁତି ସରକାରରେ ଅବକାରୀ ଏବଂ କ୍ରୀଡ଼ା ବିଭାଗର ଦାୟିତ୍ୱ ମଧ୍ୟ ତୁଲାଇବେ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ୍ ଅଜିତ ପାୱାରଙ୍କ ଅର୍ଥ ବିଭାଗକୁ ନିଜ ପାଖରେ ରଖିଛନ୍ତି। ଆଗାମୀ ବଜେଟ ଅଧିବେଶନ ପୂର୍ବରୁ ସେ ଅର୍ଥମନ୍ତ୍ରୀର ଦାୟିତ୍ୱ ଗ୍ରହଣ କରିବେ। ଅଜିତ ପାୱାରଙ୍କ ଦେହାନ୍ତ ପରେ, ଦଳର ନେତାମାନେ ମହାୟୁତି ସରକାର ନିଜର ଶକ୍ତି ବଜାୟ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି । ବରିଷ୍ଠ ଏନସିପି ନେତା ପ୍ରଫୁଲ ପଟେଲ, ସୁନୀଲ ତଟକରେ ଏବଂ ଛଗନ ଭୁଜବଳ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ବୈଠକ ସମୟରେ, ଏନସିପି (ଅଜିତ ପାୱାର ଗୋଷ୍ଠୀ) ନେତାମାନେ ସ୍ୱର୍ଗତ ଅଜିତ ପାୱାରଙ୍କ ହେଭିୱେଟ୍ ବିଭାଗ ପାଇଁ ଦଳ ପକ୍ଷରୁ ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ।
ଦଳ ଦାବି କରୁଛି ଯେ, ସରକାର ଭିତରେ କ୍ଷମତା ସନ୍ତୁଳନ ବଜାୟ ରଖିବା ପାଇଁ ଅର୍ଥ, ରାଜ୍ୟ ଉତ୍ପାଦ ଶୁଳ୍କ ଏବଂ କ୍ରୀଡ଼ା ଭଳି ମନ୍ତ୍ରଣାଳୟଗୁଡ଼ିକ ଏନସିପି ପାଖରେ ରହିବା ଉଚିତ। ସୁନେତ୍ରାଙ୍କୁ କ୍ରୀଡ଼ା ଏବଂ ଉତ୍ପାଦ ଶୁଳ୍କ ବିଭାଗ ଦିଆଯାଉଥିବା ବେଳେ, ମୁଖ୍ୟମନ୍ତ୍ରୀ ଅର୍ଥ ବିଭାଗ ନିଜ ପାଖରେ ରଖିଛନ୍ତି।
ଏହି ବୈଠକ ପରେ, ଶୁକ୍ରବାର ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଛଗନ ଭୁଜବଳ ଘୋଷଣା କରିଛନ୍ତି ଯେ, ଏନସିପିର ବିଧାୟକ ଦଳ ବୈଠକ ଜାନୁଆରୀ ୩୧ରେ ଅନୁଷ୍ଠିତ ହେବ। ଏହି ବୈଠକରେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରାଙ୍କୁ ବିଧାୟକ ଦଳ ନେତା ଭାବରେ ନିଯୁକ୍ତ କରାଯିବ। ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ଭୁଜବଳ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ସ୍ପଷ୍ଟ କରିଛନ୍ତି , ଯଦି ସୁନେତ୍ରା ପାୱାର ଶନିବାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନିଅନ୍ତି ତେବେ ତାଙ୍କର କୌଣସି ଆପତ୍ତି ନାହିଁ।
ସୁନେତ୍ରା ପାୱାର ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । ଅଜିତ ପାୱାରଙ୍କ ପରେ ସେ ଏନସିପିର ଦାୟିତ୍ୱ ନେବା ବିଷୟରେ ଆଲୋଚନା ହେଉଛି। ଫେବୃଆରୀ ୭ ତାରିଖରେ ହେବାକୁ ଥିବା ପୁଣେ ଜିଲ୍ଲା ପରିଷଦ ନିର୍ବାଚନ ପୂର୍ବରୁ ଦଳ ଏହି ଶୀର୍ଷ ପଦବୀ ସମ୍ପର୍କରେ ସ୍ପଷ୍ଟ କରିବାକୁ ଚାହୁଁଛି। ସୂଚନାଯୋଗ୍ୟ, ଜାନୁଆରୀ ୨୮ ତାରିଖରେ ଏକ ବିମାନ ଦୁର୍ଘଟଣାରେ ଏନସିପି ଅଧ୍ୟକ୍ଷ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିଲା।
-
କରୁର ଦଳାଚକଟା; ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ CBI ସମନ୍ -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଓ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ; ସେୟାର ବଜାର ବଡ଼ କ୍ରାସ୍, ସେନସେକ୍ସ ୨୪୯୪ ପଏଣ୍ଟ ହ୍ରାସ -
ଆଜି ଗୃହରେ ଲୋକସଭା ବାଚସ୍ପତିଙ୍କ ବିରୋଧରେ ଆଗତ ହେବ ଅନାସ୍ଥା ପ୍ରସ୍ତାବ -
ସିକ୍ରେଟ୍ ରହିବ ଭାରତ-ରୁଷ ଡିଲ୍, ବାଣିଜ୍ୟିକ ଦସ୍ତାବିଜ୍ ଆଉ ପ୍ରଘଟ କରାଯିବ ନାହିଁ -
ଇରାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା… -
ଯୁଦ୍ଧରେ ଫସିଥିବା ୭ ଶହ ଭାରତୀୟଙ୍କୁ ଉଦ୍ଧାର କଲେ କେନ୍ଦ୍ର ସରକାର -
ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ -
୮ରେ ଜେଡିୟୁରେ ଯୋଗଦେବେ ନୀତିଶ କୁମାରଙ୍କ ପୁଅ, ହୋଇପାରନ୍ତି ଉପ ମୁଖ୍ୟମନ୍ତ୍ରୀ -
AAHAR 2026 - International Food & Hospitality Fair ଏସିଆର ଅଗ୍ରଣୀ ଗ୍ଲୋବାଲ୍ ବ୍ୟବସାୟ ମଞ୍ଚ -
Adani Total Gas Ltd ସିଏନଜି ଓ ପିଏନଜି ଦର ଅପରିବର୍ତ୍ତିତ, ୱେଷ୍ଟ ଏସିଆ ସଂକଟରେ ଶିଳ୍ପ ଗ୍ରାହକଙ୍କୁ ସପ୍ଲାଇ ସୀମିତ -
ଆନ୍ଧ୍ରପ୍ରଦେଶରେ ୧୩ ବର୍ଷରୁ କମ୍ ବୟଷ୍କ ପିଲାମାନେ ଚଳାଇ ପାରିବେ ନାହିଁ ସୋସିଆଲ ମିଡିଆ -
ଖାଦ୍ୟ ଓ ଆତିଥ୍ୟ ଖେତ୍ରରେ ବଡ଼ ମଞ୍ଚ: AAHAR 2026 - International Food & Hospitality Fair












Click it and Unblock the Notifications