ବିମାନ ଦୁର୍ଘଟଣାରେ ଅଜିତ ପୱାରଙ୍କ ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବିକଲେ ପତ୍ନୀ ସୁନେତ୍ରା

ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କର ଗତ ଜାନୁଆରୀ ୨୮ରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହା ଏକ ଦୁର୍ଘଟଣା ଥିଲେ ସୁଦ୍ଧା ସେତେବେଳେ ଏହାକୁ ନେଇ ରାଜନୈତିକ ମହଲରେ ଦ୍ବନ୍ଦ୍ବ ଉପୁଜିଥିଲା। ବିମାନ ଦୁର୍ଘଟଣା ଏକ ଷଡଯନ୍ତ୍ର ଥିଲା ବୋଲି କେତେକ ବିରୋଧୀ ଦଳ ନେତା ମତବ୍ୟକ୍ତ କରିଥିଲେ। ଦୁର୍ଘଟଣାର ପ୍ରାୟ ତିନି ସପ୍ତାହ ଅତିକ୍ରାନ୍ତ ହୋଇସାରିଥିବାବେଳେ ଅଜିତଙ୍କ ପତ୍ନୀ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପୱାର ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।

Ajit Pawar

ମଙ୍ଗଳବାର ଏନ୍‌ସିପିର କେତେକ ବରିଷ୍ଠ ନେତାଙ୍କ ସହ ସୁନେତ୍ରା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଭେଟି ସିବିଆଇ ତଦନ୍ତ ସମ୍ପର୍କିତ ଦାବି ଜଣାଇଛନ୍ତି। ସୂଚନାଯୋଗ୍ୟ ପୌର ନିର୍ବାଚନ ସଂକ୍ରାନ୍ତ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବାକୁୂ ଅଜିତ ଜାନୁଆରୀ ୨୮ରେ ଭିଏସ୍‌ଆର ଭେନ୍‌ଚ୍ୟୁୟର୍ସ କମ୍ପାନୀର ଲିଅରଜେଟ୍‌-୪୫ କ୍ଷୁଦ୍ର ବିମାନରେ ମୁମ୍ବଇରୁ ବାରାମତି ଯାତ୍ରା କରୁଥିଲେ। ତେବେ ବାରାମତି ବିମାନ ବନ୍ଦରରେ ଅବତରଣ କରୁଥିବାବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଅଜିତ, ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ, ବିମାନର ଦୁଇ ପାଇଲଟ ଏବଂ ଜଣେ ବିମାନ ପରିଚାରିକା ପ୍ରାଣ ହରାଇଥିଲେ। ଅଜିତଙ୍କ ମୃତ୍ୟୁର ତିନି ଦିନ ପରେ ଅର୍ଥାତ୍‌ ଜାନୁଆରୀ ୩୧ରେ ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+