ନିର୍ବାଚନ ପ୍ରଚାରରେ ଭୋଟରଙ୍କୁ ଅଜିତ ପାଓ୍ଵାରଙ୍କ ଧମକ,'ଆପଣଙ୍କ ପାଖରେ ଭୋଟ୍ ତ ମୋ ପାଖରେ ନୋଟ୍'
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପୁଣେର ମାଲେଗାଓଁରେ ଭୋଟରମାନଙ୍କୁ କହିଛନ୍ତି ଯେ, ଯଦି ସେମାନେ ତାଙ୍କ ଦଳର ପ୍ରାର୍ଥୀଙ୍କୁ ନିର୍ବାଚିତ କରିବ ତେବେ ସହର ପାଇଁ ପାଣ୍ଠିର କୌଣସି ଅଭାବ ରହିବ ନାହିଁ । ପାୱାର ଏହା ମଧ୍ୟ କହିଥିଲେ ଯେ, ଯଦି ଭୋଟରମାନେ ତାଙ୍କ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି, ତେବେ ପାଣ୍ଠି ମିଳିବ ନାହିଁ। ସେ ଧମକ ଭରା ମନ୍ତବ୍ୟ ଦେଇ କହିଛନ୍ତି, ଆପଣଙ୍କ ପାଖରେ ଭୋଟ ଅଛି ତ ମୋ ପାଖରେ ବିକାଶ କାର୍ଯ୍ୟ ପାଇଁ ଟଙ୍କା ଅଛି।
ବିଜେପି-ଏନସିପି-ଶିବସେନା ମେଣ୍ଟ ସରକାରରେ ଅର୍ଥ ବିଭାଗ ସମ୍ଭାଳିଥିବା ଏନସିପି ଅଧ୍ୟକ୍ଷ ଅଜିତ ପାୱାର ବାରାମତୀ ତହସିଲରେ ମାଲେଗାଓଁ ନଗର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରିବା ସମୟରେ ଏହା କହିଛନ୍ତି।

ଏହି ମନ୍ତବ୍ୟକୁ ବିରୋଧୀ ଦଳଗୁଡ଼ିକ କଡ଼ା ସମାଲୋଚନା କରିଛନ୍ତି। ଶିବସେନା(UBT) ନେତା ଅମ୍ବାଦାସ ଦାନଭେ ଅଜିତ ପାୱାରଙ୍କୁ ଭୋଟରମାନଙ୍କୁ ଭୟଭୀତ କରାଉଥିବାର ଅଭିଯୋଗ ଆଣିଛନ୍ତି।
ସେ ପ୍ରଶ୍ନ କରିଛନ୍ତି ଯେ, ଏହି ଟଙ୍କା କ'ଣ ଅଜିତ ପାୱାରଙ୍କ ପରିବାରର କି ? ଏହି ଟଙ୍କା ସାଧାରଣ ଲୋକଙ୍କ ଦ୍ୱାରା ଦିଆଯାଇଥିବା ଟିକସରୁ ସହରକୁ ବିକାଶ କାର୍ଯ୍ୟ ପାଇଁ ଯୋଗାଇ ଦିଆଯାଇଥାଏ। ଯଦି ଅଜିତ ପାୱାରଙ୍କ ଭଳି ନେତା ଭୋଟରଙ୍କୁ ଧମକ ଦେଉଛନ୍ତି, ତେବେ ନିର୍ବାଚନ କମିସନ କ'ଣ କରୁଛନ୍ତି?












Click it and Unblock the Notifications