ଶାହାଙ୍କୁ ଭେଟିବେ ଅଜିତ ପାୱାର!
ମୁମ୍ବାଇ: ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଘୋଷଣା ହେବାର ୯ଦିନ ବିତି ଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ମହାୟୁତି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନାହାଁନ୍ତି। ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଭିତରେ ଗତକାଲି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତାକାଲି ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ମହାୟୁତିରେ ପାରସ୍ପରିକ ବୁଝାମଣା ସର୍ବଦା ଉତ୍ତମ ରହିଛି ଏବଂ ମେଣ୍ଟର ଯେ କୌଣସି ନିଷ୍ପତ୍ତି ପ୍ରତି ମୋର ନିଃସର୍ତ୍ତ ସମର୍ଥନ ରହିବ ବୋଲି ସିନ୍ଦେ କହିଥିଲେ ।

ଆଉ ଏସବୁ ଭିତରେ ଆଜି ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ନାମ ଆଗରେ ରହିଛି। ତେବେ ରାଜନୈତିକ ସର୍କଲରେ ବିଭିନ୍ନ ପ୍ରକାରର ରାଜନୈତିକ କଳ୍ପନାଜଳ୍ପନା ମଧ୍ୟ କରାଯାଉଛି। ରାଜନନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ମହାରାଷ୍ଟ୍ରରେ ଆଶ୍ଚର୍ଯ୍ୟଜନକ ଢାଞ୍ଚାରେ ଏକ ନୂତନ ଚେହେରାକୁ ମୁଖ୍ୟମନ୍ତ୍ରୀ କରାଯାଇପାରେ। ଅନ୍ୟପଟେ କୁହାଯାଉଛି ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପୂର୍ବରୁ ଶାହାଙ୍କୁ ଭେଟିବେ ଏନସିପି ନେତା ଅଜିତ ପାୱାର । ଆଉ ଏଥିଲାଗି ମଧ୍ୟ ସେ ଦତିଲ୍ଲୀ ଯାଇଥବବା କୁହାଯାଉଛି ।












Click it and Unblock the Notifications