ସର୍ବସମ୍ମୁଖରେ ଭୁଲ୍ ମାଗିଲେ ଉପ ମୁଖ୍ୟମନ୍ତ୍ରୀ , ଜାଣନ୍ତୁ କାହିଁକି ଏଭଳି କଲେ ଅଜିତ ପାୱାର

ମୁମ୍ବାଇ : ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ଜନ ସମ୍ମାନ ଯାତ୍ରାରେ ସର୍ବସମ୍ମୁଖରେ ଭୁଲ୍‌ ମାଗିଛନ୍ତି। ସଭାରେ ସେ କହିଛନ୍ତି, ମୋର ଭୁଲ୍‌ ହୋଇଯାଇଛି। ମୋର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ଥିଲା। ଡେପୁଟି ସିଏମ ଅଜିତ ପାୱାର ବର୍ତ୍ତମାନ ରାଜ୍ୟରେ ଜନ ସମ୍ମାନ ଯାତ୍ରା କରୁଛନ୍ତି। ସେ କହିଛନ୍ତି ତାଙ୍କ ଭଉଣୀଙ୍କ ବିରୋଧରେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବା ଉଚିତ୍ ନ ଥିଲା। ଅଜିତ ପାୱାର ଏହା ମଧ୍ୟ କହିଛନ୍ତି ସଂସଦୀୟ ବୋର୍ଡ ଏନେଇ ଶେଷରେ ନିଷ୍ପତ୍ତି ନେଇଥିବାରୁ ଏହି ନିଷ୍ପତ୍ତି ବଦଳାଇବା ସମ୍ଭବ ନ ଥିଲା।

ଏକ କାର୍ଯ୍ୟକ୍ରମରେ ପଚରାଯାଇଥିବା ପ୍ରଶ୍ନ ଉପରେ ଅଜିତ ପାୱାର ରାଜନୀତି ଏବଂ ପାରିବାରିକ ସମ୍ପର୍କ ମଧ୍ୟରେ ଭିନ୍ନ କରି କହିଥିଲେ ଯେ ରାଜନୀତିର ନିଜସ୍ୱ ସ୍ଥାନ ଅଛି ଏବଂ ଏହାକୁ ଘର ଭିତରକୁ ଆଣିବା ଉଚିତ୍ ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ରକ୍ଷାବନ୍ଧନ ସମୟରେ ବାରାମତିରେ ରୁହନ୍ତି, ତେବେ ନିଶ୍ଚିତ ଭାବରେ ତାଙ୍କ ଭଉଣୀ ସୁପ୍ରିୟା ସୁଲେଙ୍କୁ ଭେଟିବେ।

Ajit Pawar

ଦେଶରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଅଜିତ ପାୱାରଙ୍କ ସ୍ତ୍ରୀ ସୁନିତ୍ରା ପାୱାର ବାରମତୀ ଆସନରୁ ସୁପ୍ରିୟା ସୁଲେଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯେଉଁଥିରେ ସୁନିତ୍ରା ପାଓ୍ବାରଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଶରଦ ପାୱାରଙ୍କ ଦଳ ଜାତୀୟତାବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାରଙ୍କ ଝିଅ ତଥା ଏମପି ସୁପ୍ରିୟା ସୁଲେ ଗତ ତିନିଥର ସମାନ ଆସନରୁ ଏମପି ଅଛନ୍ତି। ତେବେ ସୁପ୍ରିୟା ସୁଲେଙ୍କ ଠାରୁ ହାରିବା ପରେ ସୁନେତ୍ରା ପରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି।

ଗତ ବର୍ଷ ଜୁଲାଇରେ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ମଧ୍ୟରେ ମତଭେଦ ହୋଇଥିଲା, ଯାହା ପରେ ଦଳ ଦୁଇଭାଗ ହୋଇ ଯାଇଥିଲା। ଅଜିତ ପାୱାର ତାଙ୍କ ବିଧାୟକଙ୍କ ସହ ଭାଜପା ମେଣ୍ଟରେ ଯୋଗ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+