Get Updates
Get notified of breaking news, exclusive insights, and must-see stories!

ନୂଆ ରେକର୍ଡ କଲେ ଅଜିତ, ଷଷ୍ଠଥର ପାଇଁ ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ: ଦୁଇ ସପ୍ତାହର ସସପେନ୍ସ ପରେ ଆଜି ସବୁକିଛି ସ୍ପଷ୍ଟ ହୋଇଯାଇଛି । ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ମହାୟୁତି ସରକାର । ବିଜେପି ନେତା ଦେବେନ୍ଦ୍ର ଫଡ଼ନବିସ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଉ ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରା ଏକନାଥ ସିନ୍ଦେ ଏବଂ ଅଜିତ ପାଓ୍ବାର ଶପଥ ଗ୍ରହଣ କରିଛନ୍ତି । ମୁମ୍ବାଇର ଆଜାଦ ମଇଦାନରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ଫଡ଼ନବିସ୍‌, ସିନ୍ଦେ ଏବଂ ପାଓ୍ବାରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ସିପି ରାଧାକୃଷ୍ଣନ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ଭାଜପା ମୁଖ୍ୟ ଜେପି ନଡାଙ୍କ ସମେତ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଛନ୍ତି।

ଆଜି ଏନ୍‌ସିପି ନେତା ଅଜିତ ପାୱାର ରେକର୍ଡ କରିବାକୁ ଯାଉଛନ୍ତି। ସେ ଷଷ୍ଠ ଥର ପାଇଁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତାଙ୍କ ନାଁରେ ମହାରାଷ୍ଟ୍ର ରାଜନୀତି ଇତିହାସରେ ନୂଆ ରେକର୍ଡ ଯୋଡି ହେବାକୁ ଯାଉଛି। ବୁଧବାର ମହାୟୁତି ପକ୍ଷରୁ ସାମ୍ବିଦିକ ସମ୍ମିଳନୀ ହୋଇଥିଲା। ଏଥିରେ ସିନ୍ଦେ ଏବଂ ପାୱାର ଗୁରୁବାର ଡେପୁଟି ସିଏମ୍ ଭାବେ ଶପଥ ନେବେ କି ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା। ସଂଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଏକନାଥ ସିନ୍ଦେ କହିଥିଲେ। ମାତ୍ର ଏହାର ତୁରନ୍ତ ଜବାବ ଦେଇଥିଲେ ଅଜିତ୍ ପାୱାର। ସେ କହିଥିଲେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବି।

Ajit Pawar

ଅଜିତ ପାୱାର ୨୦୨୩ରୁ ମହାୟୁତି ସରକାରରେ ଡେପୁଟି ସିଏମ୍ ଅଛନ୍ତି। ଏହାପୂର୍ବରୁ ୨୦୧୯ରେ ସେ ଦେବେନ୍ଦ୍ର ଫଡନାବିସଙ୍କ ସହ ଶପଥ ନେଇଥିଲେ ଏବଂ ୮୦ ଘଣ୍ଟିଆ ଏନଡିଏ ସରକାରରେ ଡେପୁଟି ସିଏମ ଥିଲେ। ପରେ ସେ ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରି ମହାବିକାଶ ଆଘାଡିର ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଡେପୁଟି ସିଏମ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+