ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ବଡ଼ ଝଟକା, ହାତରୁ ଗଲା ଦଳ

Ajit Pawar: ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ବଡ଼ ଝଟକା । ଭାରତୀୟ ନିର୍ବାଚନ କମିଶନ ଅଜିତ ପାୱାର ଗୋଷ୍ଠୀଙ୍କୁ ପ୍ରକୃତ ମାନ୍ୟତା ଦେଇଛନ୍ତି । ଚଳିତ ବର୍ଷ ଶେଷରେ ଲୋକସଭା ନିର୍ବାଚନ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାରଙ୍କ ପାଇଁ ଏହା ଏକ ବିରାଟ ବିଜୟ ବୋଲି କହିବା କିଛି ଭୁଲ ହେବ ନାହିଁ । ତେବେ ଏଣିକି ଏନସିପିର ନିର୍ବାଚନୀ ଚିହ୍ନ ମଧ୍ୟ କେବଳ ଅଜିତ ପାୱାରଙ୍କ ଦଳ ହିଁ ବ୍ୟବହାର କରିପାରିବ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ।

6 ମାସରୁ ଅଧିକ ସମୟ ମଧ୍ୟରେ 10 ରୁ ଅଧିକ ଶୁଣାଣି ପରେ ସୋମବାର ଅଜିତ ଦଳ ସପକ୍ଷରେ ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ଦେଇଛନ୍ତି। ତାଙ୍କ ଦାବିରେ ଗୁରୁତର ତ୍ରୁଟି ହେତୁ ଶରଦ ପାୱାରଙ୍କ ସାଂଗଠନିକ ସଂଖ୍ୟାଗରିଷ୍ଠତାର ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି।

 Ajit Pawar

୨୦୨୩ ଜୁଲାଇ ମାସରେ ଅଜିତ ପାୱାରଙ୍କ ବିଦ୍ରୋହ ପାଇଁ ଦଳରେ ଫାଟ ସୃଷ୍ଟି ହୋଇଥିଲା । ପରବର୍ତ୍ତି ସମୟରେ ଅଜିତ ପାୱାର ଏବଂ ଶରଦ ପାୱାର ଉଭୟ ଏନସିପି ଉପରେ ନିଜ ଅଧିକାର ସାବ୍ୟସ୍ତ କରିଥିଲେ ଏବଂ ଏହି ମାମଲା ନିର୍ବାଚନା କମିଶନଙ୍କ ପାଖରେ ପହଞ୍ଚିଥିଲା । ୧୦ ଥର ଶୁଣାଣି କରିବା ପରେ ଶେଷରେ ଅଜିତ ପାୱାରଙ୍କ ଗୋଷ୍ଠୀକୁ ଦଳର ପ୍ରକୃତ ମାନ୍ୟତା ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ଏନସିପିର ମୋଟ ୫୩ ଜଣ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ଅଜିତ ପାୱାରଙ୍କ ସହ ହାତ ମିଶାଇଛନ୍ତି । ତେବେ ଦଳର ସଂଖ୍ୟା ଗରିଷ୍ଠତା ଦେଖି ନିର୍ବାଚନ କମିଶନ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି। ସେହିପରି ଶରଦ ପାୱାରଙ୍କ ଗୋଷ୍ଠୀକୁ ନିର୍ବାଚନ କମିଶନ ନୂଆ ନାଁ ବାଛିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୭ ତାରିଖ ଦିନ ୩ଟା ସୁଦ୍ଧା ଶରଦ ପାୱାରଙ୍କୁ ନିଜ ପସନ୍ଦର ୪ଟି ନୂଆ ନାମ ଓ ଦଳୀୟ ଚିହ୍ନ ବାଛିବାକୁ କୁହାଯାଇଛି। ବର୍ତ୍ତମାନ ଶରଦ ପାୱାରଙ୍କ ପାଖରେ ମାତ୍ର ୧୨ ଜଣ ବିଧାୟକ ରହିଛନ୍ତି ଏବଂ ୪୧ ଜଣ ଅଜିତ ପାୱାରଙ୍କ ସହ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+