ଏହି ଗୁରଚତ୍ୱପୂର୍ଣ୍ଣ ବୈଠକରେ ସାମିଲ୍ ହେବେନି ବିଦେଶ ମନ୍ତ୍ରୀ ଓ NSA
ଜମ୍ମୁ-କାଶ୍ମୀର ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଏପ୍ରିଲ ୩୦ ତାରିଖରେ ବ୍ରାଜିଲରେ ହେବାକୁ ଥିବା ବ୍ରିକ୍ସ ସୁରକ୍ଷା ବୈଠକରେ ସାମିଲ୍ ହେବେ ନାହିଁ । ଉଭୟଙ୍କ ଅନୁପସ୍ଥିତିରେ ଭାରତୀୟ ବ୍ରିକ୍ସ ଶେରପା ଭରତ ପକ୍ଷରୁ ପ୍ରତିନିଧିତ୍ବ କରିବେ ।
ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ବୈଠକରେ ୧୧ ଜଣ ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଯୋଗଦେବେ। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ଏବଂ ଏହାକୁ ଚୂଡ଼ାନ୍ତ କରିବା।

ବୈଠକରେ ଏଆଇ, ଜଳବାୟୁ ଫାଇନାନ୍ସ, କ୍ରସ୍ ବର୍ଡର ପେମେଣ୍ଟ ଇନିଶିଏଟିଭ ଓ ମଲ୍ଟିଲାଟେରାଲ ସଂସ୍ଥାନରେ ସୁଧାର ଭଳି ମାମଲା ଉପରେ ଆଲୋଚନା କରାଯିବ। ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ୟୁକ୍ରେନ ଏବଂ ପଶ୍ଚିମ ଏସିଆ ଭଳି ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବାର ଆଶା କରାଯାଉଛି। NSA ଏବଂ ବୈଦେଶିକ ମନ୍ତ୍ରୀ ଏହି ବୈଠକରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛନ୍ତି, କାରଣ ପହଲଗାମ ଆକ୍ରମଣ ପରେ ସୁରକ୍ଷା ସ୍ଥିତି ଉପରେ ନଜର ରଖିଛନ୍ତି।












Click it and Unblock the Notifications