ଏଣିକି ଟ୍ରେନରେ ଅଧିକ ଲଗେଜ୍‌ ନେଇ ଯାତ୍ରା କଲେ ଗଣିବେ ....

ଣିକି ବିମାନ ନିୟମ ରେଳ ବିଭାଗ ଲାଗୁ କରିବାକୁ ଯାଉଛି । ନିର୍ଦ୍ଧାରିତ ଓଜନଠାରୁ ଅଧିକ ଜିନିଷ ନେଲେ ତଣ୍ଡ ଗଣିବେ ରେଳଯାତ୍ରୀ । ଏଥିପାଇଁ ଭାରତୀୟ ରେଳ ବିଭାଗ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ନିୟମ ପୂର୍ବରୁ ଆସିଥିଲେ ସୁଦ୍ଧା ତାହାକୁ ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଯାଇନଥିଲା । ଯାହାକୁ କାର୍ଯ୍ୟକାରୀ କରିବାକୁ ରେଳ ବିଭାଗ ଉଦ୍ୟମ ଆରମ୍ଭ କରିଛି । ରେଲୱେ ନିର୍ଦ୍ଧାରିତ ମାଗଣା ସାମଗ୍ରୀ ସୀମା (ଫ୍ରି ଆଲାଉନ୍ସ) ଅପେକ୍ଷା ଅଧିକ ସାମଗ୍ରୀ ନେଇ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଲଗେଜ ବୁକିଂ ହାରର ୬ ଗୁଣ ଜରିମାନା ଲଗାଇବାକୁ ଯୋଜନା କରୁଛି।

କେତେବେଳେ ACରେ ଶସ୍ୟ, କେତେବେଳେ ସ୍ଲିପରରେ ବଡ଼ ବାକ୍ସ

ବର୍ତ୍ତମାନ ରେଳ ଯାତ୍ରା ଆରାମ ଓ ସୁବିଧା ପରିବର୍ତ୍ତେ ବୋଝବୁହା ଭଳି ହୋଇଯାଉଛି। କାରଣ ଯାତ୍ରୀମାନେ କେବଳ ୨-୩ଟି ବଡ଼ ଟ୍ରଲି ବ୍ୟାଗ ନେଇ ନ ଥାନ୍ତି, ବରଂ ଅନେକ ସମୟରେ ଶସ୍ୟ ବସ୍ତା, ଘରୋଇ ଫର୍ନିଚର, ଏଲ୍‌ଇଡି, ବାସନକୁସନ ଏବଂ ଦୋକାନର ସାମଗ୍ରୀ ମଧ୍ୟ ଟ୍ରେନରେ ଭର୍ତ୍ତି କରି ନେବା ନଜିର ରହିଛି। ଏହା ଦ୍ୱାରା ଅନ୍ୟ ଯାତ୍ରୀଙ୍କୁ ଅସୁବିଧା ହେବା ସହ ସୁରକ୍ଷା ଓ ଜାଗା ଅଭାବର ସମସ୍ୟା ଦେଖାଦେଉଛି।

ନିୟମ ଅନୁଯାୟୀ, ବିଭିନ୍ନ ବର୍ଗର ଯାତ୍ରା ପାଇଁ ଭିନ୍ନ ଭିନ୍ନ ଲିମିଟ ରହିବ । ପ୍ରଥମ ଶ୍ରେଣୀ ଏସି କୋଚରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କୁ ୭୦ କେଜି ପର୍ଯ୍ୟନ୍ତ ଲଗେଜ ନେବାକୁ ଅନୁମତି ଦିଆଯିବ । ଏସି ଦ୍ୱିତୀୟ ଶ୍ରେଣୀ ଯାତ୍ରୀଙ୍କ ପାଇଁ ୫୦ କେଜି ଏବଂ ତୃତୀୟ ଏସି ଏବଂ ସ୍ଲିପର ଶ୍ରେଣୀ ଯାତ୍ରୀଙ୍କ ପାଇଁ ସୀମା ୪୦ କେଜି ଓଜନର ଜିନିଷ ନେଇପାରିବେ । ସେହିପରି ସାଧାରଣ ଟିକେଟରେ ଯାତ୍ରା କରୁଥିବା ଯାତ୍ରୀମାନେ ସାଙ୍ଗରେ ୩୫ କେଜି ଲଗେଜ ନେଇପାରିବେ ।

train

ବର୍ତ୍ତମାନ ପାଇଁ ନର୍ଥ ରେଲୱେ ଏବଂ ନର୍ଥ ସେଣ୍ଟ୍ରାଲ ରେଲୱେ ଲକ୍ଷ୍ନୌ ଏବଂ ପ୍ରୟାଗରାଜ ଡିଭିଜନର ପ୍ରମୁଖ ଷ୍ଟେସନଗୁଡ଼ିକରୁ ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଚିହ୍ନଟ ହୋଇଥିବା ରେଳ ଷ୍ଟେସନଗୁଡ଼ିକରେ ପ୍ରୟାଗରାଜ, ମିର୍ଜାପୁର, କାନପୁର ଏବଂ ଆଲିଗଡ଼ ଜଙ୍କସନ ଅନ୍ତର୍ଭୁକ୍ତ ରହିଛି । ଏହା ବ୍ୟତୀତ ଲକ୍ଷ୍ନୌ ଚାରବାଗ, ବନାରସ, ପ୍ରୟାଗରାଜ ଛେଓକି, ସୁବେଦାରଗଞ୍ଜ, ମିର୍ଜାପୁର, ଟୁଣ୍ଡଲା, ଆଲିଗଡ଼, ଗୋବିନ୍ଦପୁରୀ ଏବଂ ଇଟାୱା ମଧ୍ୟ ରହିଛି ।

ରେଳ ଅଧିକାରୀମାନେ ଏହି ସମ୍ପର୍କରେ କହିଛନ୍ତି ଯେ, ରେଳ ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ଏହି ନିୟମଗୁଡ଼ିକ ଆବଶ୍ୟକ । ସେମାନେ ଅତିରିକ୍ତ ସାମଗ୍ରୀକୁ ସୁରକ୍ଷା ବିପଦ ବୋଲି କହିଛନ୍ତି । ଏହା ସୁପରିଚାଳନା ପାଇଁ ଭାରତୀୟ ରେଳ ଷ୍ଟେସନଗୁଡ଼ିକରେ ଇଲେକ୍ଟ୍ରୋନିକ୍ ଲଗେଜ୍ ମେସିନ୍ ମଧ୍ୟ ସ୍ଥାପନ କରିବ । ରେଳ ପ୍ଲାଟଫର୍ମରେ ପ୍ରବେଶ କରିବା ପୂର୍ବରୁ ଯାତ୍ରୀଙ୍କ ବ୍ୟାଗର ଓଜନ ଏବଂ ଆକାର ଯାଞ୍ଚ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+