ଯୁଦ୍ଧ ଭିତରେ ପ୍ରଭାବିତ ହେଲା ବିମାନ ସେବା, ୧୧ ଦେଶକୁ ଉଡ଼ାଣ ବନ୍ଦ
ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣର ସିଧାସଳଖ ପ୍ରଭାବ ବିମାନ ସେବା ଉପରେ ପଡ଼ିଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏ ଶନିବାର ୧୧ଟି ଦେଶର ଏୟାରସ୍ପେସରେ ଉଡ଼ାଣ ନଭରିବାକୁ ଭାରତୀୟ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଏୟାର ଇଣ୍ଡିଆ, ଇଣ୍ଡିଗୋ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଆକାଶ ଏୟାର ଓ ସ୍ପାଇସ ଜେଟ୍ ବିମାନଗୁଡ଼ିକୁ ମଧ୍ୟପ୍ରାଚ୍ୟକୁ ବିମାନ ଉଡ଼ାଣ ବାତିଲ ବା ବନ୍ଦ କରିଦେଇଛନ୍ତି ।

ଆକାଶପଥ ହଠାତ୍ ବନ୍ଦ ହୋଇଯିବାରୁ ଏହାର ପ୍ରଭାବ ଶହ ଶହ ବିମାନ ଉପରେ ପଡ଼ିଛି । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଅନୁୟାୟୀ, ବିଭିନ୍ନ ଏୟାରସ୍ପେସରେ ଅନେକ ବିମାନ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା ଏବଂ ଅନେକ ବିମାନର ଗତିପଥ ବଦଳାଇବାକୁ ପଡ଼ିଥିଲା । ଏୟାର ଇଣ୍ଡିଆର ଦିଲ୍ଲୀ-ତେଲ୍ ଆଭିଭ ବିମାନକୁ ଅଧାରୁ ମୁମ୍ବାଇ ଫେରିବାକୁ ପଡ଼ିଥିଲା। ଶନିବାର ସନ୍ଧ୍ୟା ୫ଟା ୪୫ ପର୍ଯ୍ୟନ୍ତ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୫୭ଟି ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବାତିଲ କରାଯାଇଛି।
ଅମୃତସର ଅନ୍ତର୍ଜାତୀୟ ବିମାନ ବନ୍ଦର ପକ୍ଷରୁ ମଧ୍ୟ ଯାତ୍ରୀଙ୍କ ପାଇଁ ସତର୍କ ସୂଚନା ଜାରି କରାୟାଇଛି । ଇରାନ୍, ଇସ୍ରାଏଲ୍, ଲେବାନନ୍, ୟୁଏଇ, ସାଉଦି ଆରବ, ବାହାରିନ୍, ଓମାନ୍, ଇରାକ୍, ଜୋର୍ଡାନ, କୁଏତ ଓ କତାର୍ ଭଳି ୧୧ଟି ଦେଶରୁ ଆକାଶ ମାର୍ଗକୁ ଏଡ଼ାଇ ଯିବାକୁ ଡିଜିସିଏ ପକ୍ଷରୁ କୁହାଯାଇଇଛି । ସ୍ଥିତି ଅନୁଧ୍ୟାନ କରି ନୂଆ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ମାର୍ଚ୍ଚ ୨ତାରିଖରୁ ଏହି ଆଡଭାଇଜରି କାର୍ଯ୍ୟକାରୀ ହେବ। ଅନ୍ତର୍ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି ।
-
ଶିଳ୍ପପତି ଅନିଲ ଅମ୍ବାନୀଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
କରୁର ଦଳାଚକଟା; ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ CBI ସମନ୍ -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଓ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ; ସେୟାର ବଜାର ବଡ଼ କ୍ରାସ୍, ସେନସେକ୍ସ ୨୪୯୪ ପଏଣ୍ଟ ହ୍ରାସ -
ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର ୬୦ ଟଙ୍କା ବଢ଼ିଲା -
TRP ବନ୍ଦ ପାଇଁ ବାର୍କକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର -
ଏବେ ବି ନମ୍ବର-୧ କୋଟିପତି ମୁକେଶ -
ଭକ୍ତଙ୍କ ପାଇଁ ବଡ ଖବର; ଏପ୍ରିଲ ୨୨ ରୁ ଖୋଲିବ କେଦାରନାଥ ଦ୍ୱାର -
ଯୁଦ୍ଧରେ ଫସିଥିବା ୭ ଶହ ଭାରତୀୟଙ୍କୁ ଉଦ୍ଧାର କଲେ କେନ୍ଦ୍ର ସରକାର -
ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ -
ହେଲିକପ୍ଟର ବାହାରିଲା ଧୂଆଁ, ଭର୍ତ୍ତିଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲେ କେଶବ ପ୍ରସାଦ ମୌର୍ଯ୍ୟଙ୍କ











Click it and Unblock the Notifications