ଇଣ୍ଡିଗୋ ସଙ୍କଟ ଭିତରେ ଆକାଶଛୁଆଁ ହେଲାଣି ବିମାନ ଭଡ଼ା, ଯାତ୍ରୀ ହନ୍ତସନ୍ତ
ଇଣ୍ଡିଗୋ ବିମାନ ଚଳାଚଳରେ ଚରମ ସଙ୍କଟ ଦେଖାଦେଇଥିବା ବେଳେ ଅନ୍ୟପଟେ ଅନ୍ୟ ଏୟାରଲାଇନ୍ସ ବିମାନ ଭଡ଼ା ଆକାଶଛୁଆଁ ହେବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ବିମାନ ଯାତ୍ରୀ। ଦିଲ୍ଲୀ-ବେଙ୍ଗାଳୁରୁ ଫ୍ଲାଇଟ ଟିକେଟ ୭୦ ହଜାର, ଲଣ୍ଡନ ୨୫ ହଜାର ପର୍ୟ୍ୟନ୍ତ ପହଞ୍ଚିଲାଣି।

ସୁନା ମୂଲ୍ୟ ପରି ବଢି ଚାଲିଛି ବିମାନ ଭଡ଼ା । କିଛି ସ୍ଥାନରେ ବିମାନ ଭଡ଼ା ୮୦ ହଜାରରେ ପହଞ୍ଚିଛି । ଦିଲ୍ଲୀରୁ ବେଙ୍ଗାଳୁରୁକୁ ବିମାନ ଭଡ଼ା ଏତେ ମହଙ୍ଗା ହୋଇଯାଇଛି ଯେ ଏହା ଯାତ୍ରୀଙ୍କୁ ଥାଇଲାଣ୍ଡ, ଭିଏତନାମ, ଲଣ୍ଡନ କିମ୍ବା ସିଙ୍ଗାପୁର ଯିବା ଭଲ ହେବ ।
ଇଣ୍ଡିଗୋ ଏୟାରଲାଇନ୍ସର ଏକ ବଡ଼ ତ୍ରୁଟି ଯୋଗୁଁ ହୋଇଛି, ଯାହା ଫଳରେ ଶହ ଶହ ବିମାନ ବାତିଲ ହୋଇଛି । ଏମିତିକି ଏହାର ପ୍ରଭାବରେ ଶୁକ୍ରବାର ଦିଲ୍ଲୀରୁ ଲଣ୍ଡନ, ବେଙ୍ଗାଳୁରୁ, ପୁଣେ, ଲକ୍ଷ୍ମୌ ଏବଂ ଗୋଆ ଭଳି ସବୁ ବିମାନ ଭଡ଼ା ଆକାଶଛୁଆଁ ହୋଇଛି । ଏହି ସ୍ଥାନ ଗୁଡ଼ିକରେ ଭଡ଼ା ସାଧାରଣତଃ ୧୦ରୁ ୧୫ ହଜାର ଟଙ୍କା ମଧ୍ୟରେ ରହିଥାଏ । ବର୍ତ୍ତମାନ ଏହାକୁ ନେଇ ବିମାନ ଯାତ୍ରୀଙ୍କ ମଧ୍ୟରେ ଚିନ୍ତା ବଢି ଯାଇଛି।












Click it and Unblock the Notifications