କର୍ଣ୍ଣାଟକରେ ନିର୍ମାଣ ହେବ ଏୟାରବେସ୍ H୧୨୫ ହେଲିକପ୍ଟର,୨୦୨୭ ସୁଦ୍ଧା
ଭାରତର ନିଜସ୍ବ କ୍ଷେତ୍ରରେ ପ୍ରଥମ ଥର ପାଇଁ ହେଲିକପ୍ଟର ନିର୍ମାଣର ବଡ ପଦକ୍ଷେପ ହେବାକୁ ଯାଉଛି । ଟାଟା ଆଡଭାନ୍ସ ଲିମିଟେଡ୍ କର୍ଣ୍ଣାଟକର ଭେମଗଲରେ ଏୟାରବେସ୍ ସହ ସହଭାଗିତା H୧୨୫ ହେଲିକପ୍ଟର ତିଆରି କରିବା ପାଇଁ ଫାଇନାଲ୍ ଆସେମ୍ବଲି ଲାଇନ ସ୍ଥାପିତ ହେବ । ଏହି ପରିଯୋଜନା କେବଳ ଭାରତର ସିଭିଲ୍ ଏବିଏସନ ଇଣ୍ଡଷ୍ଟ୍ରି ର ନୂଆ ରାସ୍ତା ଦେଖାଇବ । ଏହା ସହ ଏଥିରେ ଥିବା ଆବଶ୍ୟକତା ପୂରଣ କରିବ । ଖାସକରି ହିମାଳୟର ଉଚ୍ଚତାରେ ନିୟଜିତ ପାଇଁ ଭାରତୀୟ ସେନା ହାଲୁକା ଓ ବହୁ ଉଦ୍ଦେଶୀୟ ହେଲିକପ୍ଟରର ଖୋଜୁଛି ।

ଟାଟା ଆଡଭାନ୍ସ ସିଷ୍ଟମ ଅନୁସାରେ କମ୍ପାନୀ ହେଲିକପ୍ଟରର ନିର୍ମାଣରୁ ଆରମ୍ଭ କରି ଏସେମ୍ବଲି,ଇଣ୍ଟିଗ୍ରେସନର ଶେଷ ଉଡାଣ ପରୀକ୍ଷଣ ପ୍ରକ୍ରିୟା ଭାରତରେ କରିବ । ପ୍ରଥମେ ମେକ୍ ଇନ୍ ଇଣ୍ଡିଆ H୧୨୫ ହେଲିକପ୍ଟରର ଡେଲିଭରୀ ୨୦୨୭ ରେ ହେବାର ଆଶା ରହିଛି । ଏହି ହେଲିକପ୍ଟର ଆପଦ କାଳୀନ ଚିକିତ୍ସା ସେବା, ବିପର୍ଯୟ ସହାୟତା , ପର୍ଯଟନ, କାନୁନ ବବସ୍ଥା ଏବଂ ଯାତ୍ରୀ ପରିବହନ ଭଳି କ୍ଷେତ୍ରରେ ବଡ ସୁବିଧା କ୍ଷେତ୍ରରେ ବଡ ଭୂମିକା ନେଇ ପାରିବ ।
ଏୟାରବସ ଇଣ୍ଡିଆ ଏବଂ ସାଉଥ୍ ରଷିଆର ଅଧ୍ୟକ୍ଷ ଜର୍ଗେନ ୱେଷ୍ଟମେୟର କହିଛନ୍ତି ଭାରତ ହେଲିକପ୍ଟର ପାଇଁ ଆଦର୍ଶ ଦେଶ ଅଟେ । ମେକ୍ ଇନ୍ ଇଣ୍ଡିଆ ,ହେଲିକପ୍ଟର ରାଷ୍ଟ୍ର ନିର୍ମାଣରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ଏବଂ ଦକ୍ଷିଣ ଏସିଆରେ ନୂତନ ବଜାର ଖୋଲିବ । ଟାଟା ଆଡଭାନ୍ସ ସିଷ୍ଟମର ଏମଡି ଏବଂ ସିଇଓ ସୁକରନ ସିଂ କହିଛନ୍ତି ଟାଟା ପ୍ରଥମ ସ୍ବଦେଶ ଭାରତୀୟ କମ୍ପାନୀ ହୋଇଥିବାରୁ ହେଲିକପ୍ଟର ତିଆରି କରିବ । ଏହା ଆମ ପାଇଁ ଗର୍ବର କଥା ।ଏହା ଦ୍ବାରା ଦେଶର ନାଗରିକ ଏବଂ ରକ୍ଷା ଆବଶକତା କୁ ଦୁଇଟି କ୍ଷେତ୍ରରୁ ବଳ ମିଳିବ ।
H୧୨୫ ହେଲିକପ୍ଚରର ସାମାଜିକ ସଂସ୍କରଣ H୧୨୫M ଭି ଭାରତରେ ତିଆରି କରାଯିବ । ଯେଉଁଥିରେ ଉଚ୍ଚ ସ୍ତରର ସ୍ବଦେଶୀ ଉପାଦାନ ସାମିଲ ହେବ । ଏହାକୁ ପୁରୁଣା ଚିତା ଏବଂ ଚେତକ ହେଲିକପ୍ଚରର ଆଦର୍ଶ ଉତ୍ତରାଧୀକାରୀ ମନେ କରାଯାଏ । ଏହି ପ୍ରକଳ୍ପରେ ଭାରତରେ ଆତ୍ମ ନିର୍ଭରର ନୂଆ ଉଚ୍ଚତା ମିଳିବ । ଭାରତୀୟ ଏବିଏସନ ସେକ୍ଟର ବୈଷିକ ସ୍ତରରେ ଏକ ବଡ ବଳ ହୋଇପାରିବ ।
ଟାଟା ଆଡଭାନ୍ସ ସିଷ୍ଟମର ଯୋଜନା ଅନୁସାରେ H୧୨୫ ହେଲିକପ୍ଟର ଗଢିବା ଏବଂ ପରିକ୍ଷା କରିବାକୁ କୁହାଯାଏ । ଯେଉଁଥିରେ ଷ୍ଟକଚରାଲ୍,ମେକାନିକାଲ୍ ,ଇଲୋଟ୍ରିକାଲ୍ ,ଷ୍ଟିଟମ ଏବଂ କମ୍ପନେଣ୍ଟ ସହ ଏକ ସମ୍ପୁର୍ଣ୍ଣ ହେଲିକପ୍ଟରରେ ସଂଯୋଜିତ କରିବା । ପରିକ୍ଷଣ କରି ଗ୍ରାହକକୁ ହେଲିକପ୍ଟର ଡେଲିଭରି କରିବା ପୂର୍ବରୁ ଆବଶକୀୟ ଚୁଡାନ୍ତ ପରୀକ୍ଷଣ କରିବା କ୍ଷେତ୍ରରେ ପ୍ରଥମେ ପରୀକ୍ଷା ସାମିଲ ରହିଛି । H୧୨୫ FAL ଟାଟା ଆଡଭାନ୍ସ ସିଷ୍ଟମ ପକ୍ଷରୁ ଭାରତରେ ନିର୍ମାଣ ହେଉଥିବା ଆଉ ଗୋଟିଏ ଏୟାରବେସ୍ ବିମାନ ଏସମ୍ବଲି ପ୍ଲାଣ୍ଟ । ଏହା ପୂର୍ବରୁ ଗୁଜୁରାଟର ଭଦୋଦରାରେ C୨୯୫ ମିଲିଟ୍ରି ଏୟାରକ୍ରାଫ୍ଟ ଗଢିବା ଫ୍ଲାଣ୍ଟ ଥିଲା ।












Click it and Unblock the Notifications