ଭାରତ ସମେତ ସାରା ବିଶ୍ୱରେ ଏୟାରବସ A320 ବିମାନ ସେବା ପ୍ରଭାବିତ
ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ବିମାନ ଏୟାରବସ A320 ଫ୍ୟାମିଲିର ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଆବିଷ୍କାର ହୋଇଛି। ଏହା ଭାରତ ସମେତ ସାରା ବିଶ୍ୱରେ ହଜାର ହଜାର ଉଡ଼ାଣକୁ ପ୍ରଭାବିତ କରୁଛି। ଏକ ସଫ୍ଟୱେର୍ ତ୍ରୁଟି ଆବିଷ୍କାର ହେବା ପରେ, A320 ଫ୍ୟାମିଲିର ବିମାନକୁ ଗ୍ରାଉଣ୍ଡ କରାଯାଇଛି। ତା'ପରେ ସଫ୍ଟୱେର୍ ଅପଗ୍ରେଡ ହେବ, ଯାହା ଭାରତରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଭଳି ବିମାନ କମ୍ପାନୀ ଦ୍ୱାରା ପରିଚାଳିତ ଉଡ଼ାଣକୁ ପ୍ରଭାବିତ କରିବ।
ଏହାକୁ ନେଇ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ପକ୍ଷରୁ ବୈଷୟିକ ପରାମର୍ଶ ଜାରି କରାଯାଇଛି । ଭାରତରେ ପ୍ରାୟ ୨୦୦ରୁ ଅଧିକ ବିମାନ ଉଡାଣ ପ୍ରଭାବିତ ହୋଇଛି । ଏ୩୨୦ ବିମାନ ସଫ୍ଟୱେର୍ ଅପଗ୍ରେଡ୍ ପାଇଁ ସମୟ ଲାଗିପାରେ । ଏୟାରବସ ଏ୩୨୦ ଫ୍ୟାମିଲି ବିମାନ ସର୍ବାଧିକ ବିକ୍ରି ହେଉଥିଲା । ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଯାତ୍ରୀମାନଙ୍କୁ ବିଶେଷ ଭାବରେ ପରାମର୍ଶ ଦେଇ କହିଛି ଯେ ସେମାନେ ବିମାନ ସମ୍ବନ୍ଧୀୟ ଅପଡେଟ୍ ପାଇବା ପରେ ହିଁ ସେମାନଙ୍କର ଯାତ୍ରା ଯୋଜନା ପ୍ରସ୍ତୁତ କରନ୍ତୁ ।

ୟୁରୋପୀୟ ୟୁନିଅନ୍ ଏଭିଏସନ୍ ସେଫ୍ଟି ଏଜେନ୍ସି (EASA) ଏକ ଜରୁରୀକାଳୀନ ଏୟାରୱର୍ଥିନେସ୍ ନିର୍ଦ୍ଦେଶନାମା (EAD) ଜାରି କରିଛି, ଯେ A320 ବିମାନଗୁଡ଼ିକୁ ଉଡ଼ାଣ ନିୟନ୍ତ୍ରଣ କରିବା ପାଇଁ ଏକ ସେବାଯୋଗ୍ୟ ଲିଫ୍ଟ ଏଲେରନ୍ କମ୍ପ୍ୟୁଟର (ELAC) ସ୍ଥାପନ କରିବାକୁ ପଡିବ। ଏହି ବିମାନଗୁଡ଼ିକ ଭାରତରେ ସର୍ବାଧିକ ବ୍ୟବହୃତ ହୁଏ। ଇଣ୍ଡିଗୋ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏୟାରଲାଇନ୍ସ ପାଖରେ ଏହି ମଡେଲର ପ୍ରାୟ ୫୫୦ ବିମାନ ଅଛି।












Click it and Unblock the Notifications