ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ, ନିଶ୍ବାସ ନେବାରେ ଦେଖାଦେଉଛି ସମସ୍ୟା
ଦିଲ୍ଲୀ ବିମାନବନ୍ଦର ଟି3 ନିକଟରେ ଥିବା ଏକ୍ୟୁଆଇ 333 ଥିବାବେଳେ ନୋଏଡାରେ ଏହା 393 ଥିଲା। ଗୁରୁଗାଓଁ, ନୋଏଡା ଏବଂ ଗାଜିଆବାଦରେ ବାୟୁ ଗୁଣବତ୍ତା କମ ରହିଛି।
ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ପରଠୁ ରାଜଧାନୀ ଦିଲ୍ଲୀ ରେ ବଢୁଛି ବାୟୁ ପ୍ରଦୂଷଣ। ବିଷ ବଳୟରେ ଦିଲ୍ଲୀବାସୀ। ବିନା ମାସ୍କ ରେ ଘରୁ ବାହାରିବା ସମ୍ଭବ ହେଉନାହିଁ। ବାହାରକୁ ଗଲେ ଆଖିରେ ଜଳାପୋଡା ହେବା ସହିତ ନିଶ୍ୱାସ ବେବାରେ ସମସ୍ୟା ଦେଖା ଦେଇଛି। ଏନେଇ ଦିଲ୍ଲୀ ସରକାର ଯଥା ସମ୍ଭବ କମ୍ ଗାଡ଼ି ବ୍ୟବହାର କରିବା ସହିତ କର୍ମଚାରୀ ମାନଙ୍କୁ ୱାର୍କ ଫର୍ମ ହୋମ ପାଇଁ ଅପିଲ କରିଛନ୍ତି।
ଏହି ପ୍ରଦୂଷଣ ପାଇଁ ପଡୋଶୀ ରାଜ୍ୟର ନଡ଼ା ପୋଡ଼ିବା ଘଟଣା ନେଇ କହିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ। ଏଥି ଯୋଗୁଁ ରାଜଧାନୀର ପ୍ରଦୂଷଣ ଆହୁରି ବଢ଼ିଛି ବୋଲି ସେ କହିଚନ୍ତି। ରିପୋର୍ଟ ଅନୁସାରେ ରାଜଧାନୀ ବାୟୁ ଗୁଣବତାର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଏୟାର ଇଣ୍ଡେକ୍ସ କ୍ୱାଲିଟି ୩୭୩ରେ ପହଞ୍ଚିଲାଣି। ତେଣୁ ଏଠିକାର ଲୋକଙ୍କ ସ୍ଵାସ୍ଥ୍ୟ ପ୍ର ପ୍ରଭାବିତ ହେଉଛି। ଡ଼ାକ୍ତର ଘରେ ରହିବ ପାଇଁ ପରାମର୍ଶ ଦେଇଛନ୍ତି।

ଏଭଳି ସ୍ଥିତିରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଲୋକମାନେ ଛାତି, ଚକ୍ଷୁ, ଗଳା, ଚର୍ମ ଓ ନାକ ଜନିତ ରୋଗର ସାମ୍ନା କରୁଚନ୍ତି। ଅନେକ ଶ୍ୱାସ ଜନିତ ସମସ୍ୟା ଯୋଗୁଁ ଇଣ୍ଟେନ୍ସିଭ କେୟାର ରେ ଭର୍ତ୍ତି ହେଇଛନ୍ତି। ଏପଟେ ବୟସ୍କ ଲୋକଙ୍କ ପାଇଁ ପ୍ରଦୂଷଣ ଦ୍ଵାରା ହୃଦଘାତର ସମ୍ଭାବନା 10ଗୁଣ ବୃଦ୍ଧି ପାଉଛି।
ରିପୋର୍ଟ ଅନୁଯାୟୀ, ଆଜି ରାଜଧାନୀ ଦିଲ୍ଲୀର ଏୟାର କ୍ୱାଲିଟି ବେଶ୍ ଖରାପ ଶ୍ରେଣୀରେ ପହଞ୍ଚିଛି। ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ,346 ରେକର୍ଡ କରାଯାଇଛି। ସେହିପରି ନୋଏଡାରେ 393 ଓ ଗୁରୁଗ୍ରାମରେ ଏଆଇକ୍ୟୁ 318 ରହିଛି।












Click it and Unblock the Notifications