Get Updates
Get notified of breaking news, exclusive insights, and must-see stories!

ରାଜଧାନୀ ଦିଲ୍ଲୀରେ ଅଣାୟତ୍ତ ବାୟୁ ପ୍ରଦୂଷଣ,ଅନେକ ସ୍ଥାନରେ ଏକ୍ୟୁଆଇ ୪୦୦ ପାର୍

ଦିଲ୍ଲୀର ବାୟୁ ମାନ 'ଅତି ଖରାପ୍‌' ଶ୍ରେଣୀରେ ରହିଛି। ସିପିସିବି (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) କହିଛି ଯେ ଦିଲ୍ଲୀରେ ଅଧିକାଂଶ ଅଞ୍ଚଳରେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) 'ସାଂଘାତିକ' ଶ୍ରେଣୀ ଅତିକ୍ରମ କରିଛି। କିଛି ସ୍ଥାନରେ ଏକ୍ୟୁଆଇ ୪୦୦ ଟପିଛି। ସିପିସିବି ଦ୍ବାରା ବିକଶିତ ସମୀର ଆପ୍‌ ଅନୁଯାୟୀ ଆଜି ସକାଳ ୭ଟାରେ ଦିଲ୍ଲୀରେ ଏକ୍ୟୁଆଇ ୩୭୭ ଥିଲା। ଉତ୍ତର ଦିଲ୍ଲୀର ୱାଜିରପୁର ଏବଂ ଦକ୍ଷିଣ ଦିଲ୍ଲୀର ଆର୍‌କେପୁରମ୍‌ ସହରର ସବୁଠାରୁ ପ୍ରଦୂଷିତ ଅଞ୍ଚଳ। ଏଠାରେ ଏକ୍ୟୁଆଇ ଯଥାକ୍ରମେ ୪୩୨ ଏବଂ ୪୨୫ ରହିଛି।

pollution

ସିପିସିବି ଅନୁଯାୟୀ ଏକ୍ୟୁଆଇ ୦ରୁ ୫୦ ମଧ୍ୟରେ ରହିବା ଭଲ। ୫୧ରୁ ୧୦୦ ମଧ୍ୟରେ ରହିବା ସନ୍ତୋଷଜନକ, ଏକ୍ୟୁଆଇ ୧୦୧ରୁ ୨୦୦ ମଧ୍ୟରେ ରହିବା ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ରହିବା ଖରାପ, ୩୦୧ରୁ ୪୦୦ ମଧ୍ୟରେ ରହିବା ଅତି ଖରାପ ଏବଂ ଏକ୍ୟୁଆଇ ୪୦୧ରୁ ୫୦୦ ମଧ୍ୟରେ ରହିବା ସାଂଘାତିକ। ସିପିସିବିର ସମୀର ଆପ୍‌ ଅନୁଯାୟୀ ୧୩ଟି ଅଞ୍ଚଳରେ ଏକ୍ୟୁଆଇ ୪୦୦ ଉପରେ ରହିଛି।

ବୁରାଡ଼ିରେ ଏକ୍ୟୁଆଇ ୪୧୨, ବାୱନାରେ ୪୧୩, ଦ୍ବାରକା ସେକ୍ଟର ୮ରେ ୪୦୭, ଜାହାଙ୍ଗୀରପୁରୀରେ ୪୦୨, ମୁନ୍ଦକାରେ ୪୦୪, ନେହରୁ ନଗରରେ ୪୦୩, ପଞ୍ଜାବୀ ବାଗରେ ୪୦୩, ପୁସାରେ ୪୦୪, ଚାନ୍ଦିନୀ ଚୌକରେ ୪୧୪, ରୋହିଣୀରେ ୪୧୫, ସିରି ଫର୍ଟରେ ୪୦୩, ବିବେକ ବିହାରର ଏକ୍ୟୁଆଇ ୪୦୭ ରହିଛି। ତଥ୍ୟ ଅନୁଯାୟୀ ମାତ୍ର ୩ଟି ଅଞ୍ଚଳ ଏନ୍‌ଏସଆଇଜି ଦ୍ବାରକାରେ ଏକ୍ୟୁଆଇ ୨୫୪, ଆଇଏଚ୍‌ବିଏଏସ୍‌ ଦିଲଶାଦ ଗାର୍ଡେନରେ ୨୭୦ ଏବଂ ଦିଲ୍ଲୀ ଟେକନିକାଲ ୟୁନିଭର୍ସିଟିରେ ଏକ୍ୟୁଆଇ ୨୯୨ ସହ ଏଠାରେ ବାୟୁର ମାନ ଖରାପ୍‌ ଶ୍ରେଣୀରେ ରହିଛି। ଦିଲ୍ଲୀର ପ୍ରମୁଖ ପାଣିପାଗ କେନ୍ଦ୍ର ସଫଦରଜଙ୍ଗରେ ଆଜି ଥଣ୍ଡା ପବନ ସହ ଦୃଶ୍ୟମାନ ମାତ୍ର ୯୦୦ ମିଟର ମଧ୍ୟରେ ଥିଲା। ପାଲମରେ ଦୃଶ୍ୟମାନ ୧୩୦୦ ମିଟର ଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+