ଚିନ୍ତା ବଢ଼ାଇଲାଣିି ଦିଲ୍ଲୀରେ ବାୟୁ ପ୍ରଦୂଷଣ, କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ନିର୍ଦ୍ଦେଶନାମା ଜାରି

ପ୍ରଦୂଷଣରେ ଘାଇଲା ଦିଲ୍ଲୀ । ​ ଗୁରୁତର ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀର ସମସ୍ତ ଅଫିସ ଏଣିକି ୫୦% କର୍ମଚାରୀଙ୍କୁ ନେଇ କାମ କରିବେ । ଅନ୍ୟ କର୍ମଚାରୀମାନେ ୱାର୍କ ଫ୍ରମ ହୋମ କରିବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରଦୂଷଣ ସ୍ତର ବୃଦ୍ଧି ଯୋଗୁଁ ଦିଲ୍ଲୀରେ ଏବେ ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ ବା ଗ୍ରାପ-୩ ଲାଗୁ ହୋଇଛି । ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଗାଡ଼ି ମୋଟରରୁ ନିର୍ଗତ ଧୂଆଁ କମାଇବା ଏବଂ ବିଷାକ୍ତ ବାୟୁ ସଂସ୍ପର୍ଶରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା । ​ପରିବେଶ ସୁରକ୍ଷା ଅଧିନିୟମ, ୧୯୮୬ ଅଧୀନରେ ପରିବେଶ ଓ ଜଙ୍ଗଲ ବିଭାଗ ଦ୍ୱାରା ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

Air pollution in Delhi

ନିକଟରେ 'କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ' ଦ୍ୱାରା ନିୟମରେ କିଛି ପରିବର୍ତ୍ତନ କରାଯାଇଥିଲା । ଫଳରେ ଷ୍ଟେଜ୍-୪ର କଡ଼ା ନିୟମରେ ୫୦% କର୍ମଚାରୀ ସୀମାକୁ ବର୍ତ୍ତମାନ ଷ୍ଟେଜ୍-୩ରେ ହିଁ ଲାଗୁ କରାଯାଇଛି । ​ନଭେମ୍ବର ୨୨ରେ ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ AQI ୩୬୪ ଅତି ଖରାପ ରହିଥିଲା । ପବନର ବେଗ କମିବା, ଫସଲ ଅବଶେଷ ଜଳାଯିବା ଏବଂ ଶୀତକାଳୀନ ନିର୍ଗମନ ଯୋଗୁଁ ଆନନ୍ଦ ବିହାର ଆଦି ସ୍ଥାନରେ ଏହା ୪୦୦ ଅତିକ୍ରମ କରି 'ଗୁରୁତର' ସ୍ତରରେ ପହଞ୍ଚିଥିଲା । ​ତେବେ ଅତ୍ୟାବଶ୍ୟକ ସେବା ଡାକ୍ତରଖାନା, ଅଗ୍ନିଶମ ବିଭାଗ, ସାଧାରଣ ପରିବହନ, ଜଳ ଓ ବିଦ୍ୟୁତ୍ ଯୋଗାଣ, ସଫେଇ, ଜେଲ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ସଂସ୍ଥାଗୁଡ଼ିକୁ କଟକଣାରୁ ବାଦ୍ ଦିଆଯାଇଛି । ଏହା ସହିତ ଟ୍ରାଫିକ୍ ଭିଡ଼ କମାଇବା ପାଇଁ ସରକାର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଏବଂ ଅନ୍ୟାନ୍ୟ ବିଭାଗଗୁଡ଼ିକର ଅଫିସ ସମୟରେ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଏହା ଫେବ୍ରୁଆରୀ ୨୦୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ସୁପ୍ରିମକୋର୍ଟ ମଧ୍ୟ କେବଳ ଋତୁକାଳୀନ GRAP ଉପରେ ନିର୍ଭର ନକରି ପ୍ରଦୂଷଣର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+