ଏୟାର ଇଣ୍ଡିଆର ବଡ ନିଷ୍ପତ୍ତି ; ତେଲ୍ ଆଭିଭକୁ ଅଗଷ୍ଟ ୮ ଯାଏ ସମସ୍ତ ବିମାନ ଚଳାଚଳ ଉପରେ ଲାଗିଲା ରୋକ୍

ଟାଟା ଗ୍ରୁପ୍‌ର ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ଏହାର ଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି। ଏୟାର ଇଣ୍ଡିଆ ଶୁକ୍ରବାର ଦିନ ଏହାର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏହି ସୂଚନା ଦେଇଛି। ମଧ୍ୟ ପୂର୍ବରେ ଚାଲିଥିବା ସଙ୍କଟ ମଧ୍ୟରେ ଇସ୍ରାଏଲର ତେଲ ଆଭିଭ ଏବଂ ଇସ୍ରାଏଲକୁ ତୁରନ୍ତ ବିମାନ ଚଳାଚଳ ବନ୍ଦ କରିବାକୁ ଏୟାର ଇଣ୍ଡିଆ ନିଷ୍ପତ୍ତି ନେଇଛି।

Air India

ଏୟାର ଇଣ୍ଡିଆ କହିଛି ଯେ ତେଲ ଅଭିବକୁ ଏବଂ ବିମାନ ବନ୍ଦରକୁ ଅଗଷ୍ଟ 8 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ଇରାନ ଓ ଇସ୍ରାଏଲ ବିବାଦ ମଧ୍ୟରେ ଏୟାର ଇଣ୍ଡିଆ ତେଲ୍ ଆଭିଭକୁ ଉଡ଼ାଣ ସ୍ଥଗିତ ରଖିଛି। ଅଗଷ୍ଟ 8 ପର୍ଯ୍ୟନ୍ତ ତେଲ୍ ଆଭିବକୁ କୌଣସି ବିମାନ ଚଳାଚଳ କରିବ ନାହିଁ ବୋଲି ଏୟାରଇଣ୍ଡିଆ ପକ୍ଷରୁ କୁହାଯାଇଛି।

ଅଧିକ ସୂଚନା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ 24 ଘଣ୍ଟିଆ ହେଲ୍ପଲାଇନ ନଂ ମଧ୍ୟ ଜାରି କରାଯାଇଛି। ଅଧିକ ସୂଚନା ପାଇଁ 011-69329333 / 011-69329999 ରେ କଲ୍ କରିପାରିବେ।

ପ୍ରକାଶ ଥାଉକି, ଗତ ବର୍ଷ ଅକ୍ଟୋବର 7ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ପାଲେଷ୍ଟାଇନ ସମର୍ଥିତ ହମାସ ସଂଗଠନ। ଏହାପରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହାରି ମଧ୍ୟରେ ହମାସ ସଂଗଠନର ଟପ୍ ନେତା କୁହାଯାଉଥିବା ଇସମାଇଲ ହାନିୟାଙ୍କୁ ଇରାନରେ ହତ୍ୟା କରାଯାଇଛି। ସେ ଜୁଲାଇ 31ରେ ଇରାନର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ଫେରିବା ପରେ ତାଙ୍କୁ ହତ୍ୟା କରାଯାଇଛି।

ଇରାନର ରାଜଧାନୀ ତେହରନରେ ତାଙ୍କୁ ହତ୍ୟା କରାଯଇ ଥିବାରୁ ଏହାକୁ ନେଇ ପ୍ରତିକ୍ରିୟା ପରାୟଣ ହୋଇଛି ଇରାନ। ହାନିୟାଙ୍କ ମତ୍ୟୁକୁ ନେଇ ଇରାନ ଏବଂ ଏହାର ସମର୍ଥିତ ସଂଗଠନମାନେ ସିଧାସଳଖ ଇସ୍ରାଏଲକୁ ଦାୟୀ କରିଛନ୍ତି। ଇସ୍ରାଏଲ ହାନିୟାଙ୍କ ହତ୍ୟାକୁ ନେଇ ନିଜକୁ ଦାୟୀ କରିନଥିଲେ ମଧ୍ୟ ଅଭିଯୋଗକୁ ଖଣ୍ଡନ କରିନାହିଁ।

ଏହି ବିବାଦ ମଧ୍ୟରେ ଗତକାଲି ଇସ୍ରାଏଲ ସେନା ଏକ ସୋଶାଲ ମିଡିଆ ପୋଷ୍ଟରେ ଦାବି କରି କହିଛି ଯେ, ସେମାନେ ହମାସର ସାମରିକ ମୁଖ୍ୟ ମହମ୍ମଦ ଦୈଫକୁ ହତ୍ୟା କରିଛନ୍ତି।

ଏସବୁ ମଧ୍ୟରେ ଇରାନ ସର୍ବୋଚ୍ଚ ନେତା ଅୟତୋଲ୍ଲା ଅଲି ଖାମେନି ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇରାନ ଏହାର ସମର୍ଥିତ ଲେବାନାନର ହିଜବୁଲ, ଇରାକର ଇସଲାମିକ ଜିହାଦ, ୟେମେନର ହୁତି ଏବଂ ସିରିଆର ଶିଆ ଗୋଷ୍ଠୀଙ୍କ ସହାୟତାରେ ଏହି ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଇଛି।

ସେପଟେ ଇସ୍ରାଏଲ ମଧ୍ୟ ପ୍ରତି ଆକ୍ରମଣ ପାଇଁ ପ୍ରସ୍ତୁତି ଜାରି ରଖିଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଏହି ବିବାଦକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଇସ୍ରାଏଲର ତେଲ୍ ଆଭିଭକୁ ବିମାନ ଚଳାଚଳ ସ୍ଥଗିତ ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+