ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି, ଅହମ୍ମଦାବାଦରୁ ଲଣ୍ଡନ ଯିବାର ଥିଲା AI-159 ବିମାନ, ରଦ୍ଦ ହେଲା ଉଡାଣ
ଗୁଜରାଟର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ବାତିଲ କରାଯାଇଛି। AI-171 ବଦଳରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର AI-159 ବିମାନରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହି କାରଣରୁ ଉଡ଼ାଣ ବାତିଲ କରିବାକୁ ପଡିଥିଲା। ତେବେ ଏହା ହେଉଛି ସେହି ରୁଟ୍ ଯେଉଁଠାରେ AI-171 ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବୋଇଂ 787-8 ଡ୍ରିମଲାଇନର୍ ବିମାନ AI-159 ଅପରାହ୍ନ ୧.୧୦ରେ ଅହମ୍ମଦାବାଦରୁ ଉଡ଼ାଣ କରିବାର ଥିଲା।
ତେବେ ଅହମଦାବାଦ ବିମାନ ଦୁର୍ଘଟଣା ପର ଠାରୁ ଏୟାର ଇଣ୍ଡିଆର ଆଉ କୌଣସି ବିମାନ ଲଣ୍ଡନ ଅଭିମୁଖେ ଅହମଦାବାଦରୁ ଯାତ୍ର କରିନଥିଲା । AI-171 ଦୁର୍ଘଟଣା ହେବା ପରେ ତାକୁ ସେବାରୁ ହଠାଇ ଦିଆଯାଇ ତା ଜାଗାରେ AI-159 କୁ ନିୟୋଜିତ କରାଯାଇଥିଲା ଏବଂ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଆଜି ୧.୧୦ରେ ବିମାନର ଉଡାଣ ଭରିବାକୁ ସ୍ଥିରୀକୃତ ହୋଇଥିଲା । ମାତ୍ର ଉଡାଣ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ପରେ ଉଡାଣକୁ ରଦ୍ଦ କରାଯାଇଛି ।

ତେବେ ଅହମଦାବାଦ ବିମାନ ଦୁର୍ଘଟଣାରେ ମୋଟ ୨୭୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ମାତ୍ର ଯାତ୍ରୀ ଜୀବନ ବଞ୍ଚାଇ ମୃତ୍ୟୁ ମୁଖରୁ ଫେରି ଆସିଛନ୍ତି । ସେପଟେ ଆଜି ସକାଳେ ଏୟାର ଇଣ୍ଡିଆର ବିମାନ କୋଲକାତାରେ ଜରୁରୀ ଅବତରଣ କରିଥିଲା । ଯାନ୍ତ୍ରିକ ତ୍ରୁଟି ପାଇଁ କୋଲକାତାରେ ଜରୁରୀ ଅବତରଣ କରିଥିଲା ଆମେରିକାରୁ ଆସିଥିବା ବିମାନ । ଆମେରିକା କାର୍ଲିଫର୍ଣ୍ଣିଆର ସାନ୍-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏହି ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିଛି ।












Click it and Unblock the Notifications