ମହିଳାଙ୍କ ଉପରେ ପରିସ୍ରା କରିବା ପଡ଼ିଲା ମହଙ୍ଗା: ଗିରଫ ହେଲେ ଶଙ୍କର ମିଶ୍ର

ମହିଳାଙ୍କ ଉପରେ ପରିସ୍ରା କରିବା ପଡ଼ିଲା ମହଙ୍ଗା, ଗିରଫ ହେଲେ ଶଙ୍କର ମିଶ୍ର,

Air India Urination Incidence: ଏୟାର ଇଣ୍ଡିଆ ବିମାନରେ ମଦ୍ୟପାନ କରୁଥିବା ସମୟରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରଙ୍କୁ ବେଙ୍ଗାଲୁରୁରୁ ଦିଲ୍ଲୀ ପୋଲିସ ଗିରଫ କରିଛି ।

ସୂଚନା ଅନୁସାରେ, ଗତ ବର୍ଷ ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ବିମାନରେ ନ୍ୟୁୟର୍କରୁ ଦିଲ୍ଲୀ ଯାତ୍ରା କରୁଥିଲେ ଶଙ୍କର ମିଶ୍ର । ଏହି ସମୟରେ ବିଜନେସ କ୍ଲାସରେ ଯାତ୍ରା କରୁଥିବା ଶଙ୍କର ମିଶ୍ର ମଦ୍ୟପାନ କରି ଜଣେ ୭୦ ବର୍ଷ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିଥିଲେ। ଏଥି ସହିତ, ମହିଳାଙ୍କ ଅଭିଯୋଗ ପାଇବା ପରେ, ଆଇପିସିର ଧାରା ୩୪୫, ୨୯୪, ୫୦୯, ୫୧୦ ଅନୁଯାୟୀ ପୁରୁଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

Shankar Mishr
ମହିଳାଙ୍କ ଅଭିଯୋଗ ପରେ ଶଙ୍କର ମିଶ୍ରଙ୍କୁ ଖୋଜିବା ପାଇଁ ଦିଲ୍ଲୀ ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲା । ମିଶ୍ରଙ୍କ ଶେଷ ସ୍ଥାନ ବେଙ୍ଗାଲୁରୁରେ ମିଳିଥିଲା, ଯାହା ଆଧାରରେ ତାଙ୍କୁ ଖୋଜା ଚାଲିଥିଲା । ଶଙ୍କର ମିଶ୍ର ନିଜ ଫୋନ୍ ବନ୍ଦ ରଖିବା ସତ୍ୱେ ଆଜି ପୋଲିସ ତାଙ୍କୁ ଗିରଫ କରିଛି ।

ତେବେ ଶଙ୍କର ମିଶ୍ରଙ୍କୁ ୱେଲ୍ସ ଫାର୍ଗୋ ବହୁରାଷ୍ଟ୍ରୀୟ କମ୍ପାନୀ ବରଖାସ୍ତ କରିଛି । ଏନେଇ କମ୍ପାନୀ ନିଜେ ସୂଚନା ଦେଇଛି । ଅନ୍ୟପକ୍ଷରେ ଉଭୟଙ୍କ ମଧ୍ୟରେ ଅର୍ଥାତ୍ ଶଙ୍କର ମିଶ୍ର ଏବଂ ୭୦ ବର୍ଷ ବୟସ୍କା ମହିଳାଙ୍କ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇସାରିଛି ଏବଂ ବୃଦ୍ଧ ମହିଳାଙ୍କୁ କ୍ଷତିପୂରଣ ପ୍ରଦାନ କରାଯାସାରିଛି ବୋଲି କହିଛନ୍ତି ଶଙ୍କର ମିଶ୍ରଙ୍କ ଓକିଲ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+