ବିମାନରେ ପରିସ୍ରା ଘଟଣା: କ୍ଷମା ମାଗିଲେ ଏୟାର ଇଣ୍ତିଆ ସିଇଓ
ବିମାନରେ ପରିସ୍ରା ଘଟଣା: କ୍ଷମା ମାଗିଲେ ଏୟାର ଇଣ୍ତିଆ ସିଇଓ
Air India Controversy:ବିମାନରେ ପରିସ୍ରା ଘଟଣା । କ୍ଷମା ମାଗିଲେ ଏୟାର ଇଣ୍ତିଆ ସିଇଓ । ଦିନକୁ ଦିନ ବଢୁଥିବା ବିବାଦକୁ ନଜରରେ ରଖି ଆଜି ଏୟାର ଇଣ୍ତିଆର ସିଇଓ କ୍ୟାମ୍ପବେଲ ୱିଲସନ ଆଜି ଏହି ପୁରା ଘଟଣା ପାଇଁ କ୍ଷମା ମାଗିଛନ୍ତି । ସେପଟେ ମହିଳାଙ୍କ ଉପରେ ପରିଶ୍ରା କରିଥିବା ଶଙ୍କର ମିଶ୍ରଙ୍କୁ ଆଜି ବେଙ୍ଗାଲୁରୁରୁ ଦିଲ୍ଲୀ ପୋଲିସ ଗିରଫ କରିଛି ।

ସୂଚନା ଅନୁସାରେ, ଗତ ବର୍ଷ ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ବିମାନରେ ନ୍ୟୁୟର୍କରୁ ଦିଲ୍ଲୀ ଯାତ୍ରା କରୁଥିଲେ ଶଙ୍କର ମିଶ୍ର । ଏହି ସମୟରେ ବିଜନେସ କ୍ଲାସରେ ଯାତ୍ରା କରୁଥିବା ଶଙ୍କର ମିଶ୍ର ମଦ୍ୟପାନ କରି ଜଣେ ୭୦ ବର୍ଷ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିଥିଲେ। ଅବତରଣ ପରେ ଶଙ୍କର ମିଶ୍ରଙ୍କୁ ବିମାନ କର୍ମକର୍ତ୍ତାଙ୍କ ତରଫରୁ କିଛି ପ୍ରଶ୍ନ କରାଯାଇ ନଥିଲା ସେ ନିଜ ଗନ୍ତବ୍ୟସ୍ଥଳକୁ ଚାଲିଯାଇଥିଲେ । ସେହିପରି ଡିସେମ୍ବର ମାସରେ ମଧ୍ୟ ଏପରି ଆଉ ଏକ ଘଟଣା ଦେଖିବା ପାଇଁ ମିଳିଥିଲା ପ୍ୟାରିସରୁ ଦିଲ୍ଲୀ ଆସୁଥିବା ବେଳେ ଏୟାର ଇଣ୍ତିଆର ଆଉ ଏକ ବିମାନରେ ଜଣେ ମଦ୍ୟପ ବ୍ୟକ୍ତି ମହିଳା ସହଯାତ୍ରୀଙ୍କ କମ୍ବଳରେ ପରିସ୍ରା କରିଦେଇଥିଲେ । ଏହି ଘଟଣାରେ ମଧ୍ୟ ଏୟାର ଇଣ୍ତିଆ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ।
ତେବେ ମହିଳାଙ୍କ ଅଭିଯୋଗ ଉପରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାର ତଦନ୍ତରେ ଯୋଗଦେବା ପାଇଁ ଏୟାର ଇଣ୍ଡିଆର ତିନିଜଣ ପାଇଲଟ ଶନିବାର (ଜାନୁଆରୀ 7) ଦିନ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନବନ୍ଦର ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ଏହି ତିନି ପାଇଲଟଙ୍କର ବୟାନ ରେକର୍ଡ କରାଯାଇଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଏୟାର ଇଣ୍ଡିଆର ମୋଟ ୯ ପାଇଲଟଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ଏହି ସମସ୍ତ ପାଇଲଟ ଘଟଣା ସମୟରେ ବିମାନରେ ଉପସ୍ଥିତ ଥିଲେ । ତେବେ ଖୁବ୍ ଶିଘ୍ର ଅନ୍ୟ ପାଇଲଟଙ୍କର ବୟାନ ରେକର୍ଡ କରାଯିବ ।












Click it and Unblock the Notifications