ସେପ୍ଟେମ୍ବର ପହିଲାରୁ ଦିଲ୍ଲୀରୁ ଓ୍ବାଶିଂଟନକୁ ସିଧାସଳଖ ବିମାନ ସେବା ବନ୍ଦ କରିବ ଏୟାର ଇଣ୍ଡିଆ
ଆସନ୍ତା ସେପ୍ଟେମ୍ବର ପହିଲାରୁ ଦିଲ୍ଲୀରୁ ଓ୍ବାଶିଂଟନ ଡିସିକୁ ସିଧାସଳଖ ବିମାନ ସେବା ବନ୍ଦ କରିବ ଏୟାର ଇଣ୍ଡିଆ। ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଅନେକ କାରଣରୁ ଏପରି ନିଷ୍ପତ୍ତି ନିଆଯାଇଛି, ଯାହାଫଳରେ ଅବଶିଷ୍ଟ ସହରକୁ ବିମାନ ସେବା ପ୍ରଦାନରେ କୌଣସି ସମସ୍ୟା ହେବ ନାହିଁ ବୋଲି କମ୍ପାନୀ କହିଛି।

କମ୍ପାନୀ ସୂଚନା ଅନୁସାରେ, ବିମାନ ଅଭାବ ସେବା ବନ୍ଦ କରିବାର ପ୍ରମୁଖ କାରଣ। ଗତ ମାସରେ ଏୟାର ଇଣ୍ଡିଆ ନିଜର ୨୬ଟି ବୋଇଂ ୭୮୭-୮ ବିମାନର ଆଧୁନିକୀକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ୨୦୨୬ ଶେଷ ପର୍ଯ୍ୟନ୍ତ ଏହା ଜାରି ରହିବ। ଏହି ପ୍ରକ୍ରିୟା ସମୟରେ ଅନେକ ବିମାନ ସେବାରୁ ନିବୃତ୍ତ ରହିବେ। ଏହା ସହିତ ପାକିସ୍ତାନର ଆକାଶ ମାର୍ଗ ବନ୍ଦ ରହିବା କାରଣରୁ ବିମାନଗୁଡ଼ିକୁ ଅଧିକ ଦୂରତା ଯାତ୍ରା କରିବାକୁ ପଡ଼ୁଛି। ଏହା ଦ୍ଵାରା ବିମାନ ସଞ୍ଚାଳନ ଜଟିଳ ହେଉଛି।












Click it and Unblock the Notifications