ଛଅ ବର୍ଷ ପରେ ଚୀନକୁ ପୁଣି ଉଡ଼ାଣ ଆରମ୍ଭ କରିବ ଏୟାର ଇଣ୍ଡିଆ,ଜାରି ହେଲା ଟାଇମ ଟେବଲ
ଭାରତ ଓ ଚୀନ୍ ଭିତରେ ପୁଣିଥରେ ସିଧା ସଳଖ ଉଡାଣ ଆରମ୍ଭ ହେବାକୁ ଯାଉଛି। 'ଏୟାର ଇଣ୍ଡିଆ' ଏନେଇ ସୂଚନା ଦେଇ କହିଛି , ଆବଶ୍ୟକୀୟ ନିୟମ ପାଳନ ଓ ମଞ୍ଜୁରୀ ମିଳିବା ପରେ ୧ ଫେବୃଆରୀ ୨୦୨୬ ରୁ ଏହି ଉଡାଣ ଆରମ୍ଭ ହେବ। ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କ୍ୟାମ୍ପବେଲ୍ ଓ୍ବିଲସନ୍ କହିଛନ୍ତି, ଏହାର ଆରମ୍ଭ କେବଳ ଏକ ରୁଟ୍ ଲଞ୍ଚ ନୁହେଁ ବଂର ଦୁଇ ଦେଶର ପ୍ରାଚୀନ ସଭ୍ୟତା ଓ ଆଧୁନିକ ଆର୍ଥିକ ଶକ୍ତି ଭିତରେ ଏକ ବ୍ରିଜ୍ ବୋଲି ଘୋଷଣା କରିଛନ୍ତି।
ଏୟାର ଇଣ୍ଡିଆ ପକ୍ଷରୁ ଜାରି ବୟାନ ଅନୁସାରେ, ଦିଲ୍ଲୀ ଓ ଶଙ୍ଘାଇ ଭିତରେ ଏୟାର ଇଣ୍ଡିଆ ସପ୍ତାହକରେ ୪ଟି ଫ୍ଲାଇଟର ଯୋଜନା ତିଆରି କରୁଛି। ଏହି ଉଡାଣ ପାଇଁ ବୋଇଂ ୭୮୭-୮ ର ଉପଯୋଗ କରାଯିବ। ଏହି ବିଜନେସ୍ କ୍ଲାସର ୧୯ ଫ୍ଲାଟ୍ ବେଡସିଟ୍ ଓ ଇକୋନୋମି କ୍ଲାର ୨୩୮ ସିଟ୍ ରହିବ।

ଏୟାର ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦେଶକ କହିଛନ୍ତି, ଦିଲ୍ଲୀ ଓ ଶଙ୍ଘାଇ ଭିତରେ ପୁଣିଥରେ ବିମାନ ସେବା ଆରମ୍ଭ ହେବା କେବଳ ଏକ ରୁଟ୍ର ଲଞ୍ଚ ନୁହେଁ। ଏହା ଦୁଇ ପ୍ରାଚୀନ ସଭ୍ୟତା ଓ ଆର୍ଥିକ ଆଧୁନିକ ଶକ୍ତି ଭିତରେ ଏକ ବ୍ରିଜ୍। ଆମେ ଖୁସି ଯେ, ବିଶ୍ବର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଏୟାର କରିଡରରେ ପୁଣିଥରେ ଯୋଡାଯାଉଛି। ଏହାଦ୍ବାରା ଯାତ୍ରୀ, ବାଣିଜ୍ୟ, ଶିକ୍ଷା, ସଂସ୍କୃତି ଓ ଅନ୍ୟାନ୍ୟ କ୍ଷେତ୍ରରେ ସୁଯୋଗ ବଢିବ।'
ଉଲ୍ଲେଖନୀୟ ଯେ, ୨୦୨୦ ପରେ ଭାରତ ଓ ଚୀନ୍ ଭିତରେ ସିଧାସଳଖ ଉଡାଣ ବନ୍ଦ କରି ଦିଆଯାଇଥିଲା। ଏହାପରେ ନିକଟରେ ଯେତେବେଳେ ଦୁଇ ଦେଶ ଭିତରେ ସମ୍ପର୍କ ସୁଧୁରିଛି ପୁଣିଥରେ ବିମାନ ଯାତ୍ରା ଆରମ୍ଭ କରିବା ନେଇ ସହମତି ପ୍ରକାଶ ପାଇଛି। ଏୟାର ଇଣ୍ଡିଆ ପ୍ରଥମେ ୨୦୦୦ ମସିହାରେ ଚୀନ୍କୁ ନନଷ୍ଟପ୍ ଉଡାଣ ଆରମ୍ଭ କରିଥିଲା। ଦିଲ୍ଲୀରୁ ସିଧା ଶଙ୍ଘାଇ ପାଇଁ AI352 ନମ୍ବର ଫ୍ଲାଇଟ ଆରମ୍ଭ ହେବ। ଏହି ବିମାନ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଓ ରବିବାର ଉଡାଣ ଭରିବ।












Click it and Unblock the Notifications