ଇରାନ-ଇସ୍ରାଏଲ ମଧ୍ୟରେ ହୋଇପାରେ ଯୁଦ୍ଧ, ଇରାନ ଏୟାରପୋର୍ଟ ଦେଇ ଯିବା ବନ୍ଦ କଲା ଏୟାର ଇଣ୍ଡିଆ

Air India: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଯାହାର ପ୍ରଭାବ ବର୍ତ୍ତମାନ ବିମାନ ସେବା ଉପରେ ପଡିଛି । NDTV ରିପୋର୍ଟ ଅନୁଯାୟୀ, ଶନିବାର (ଏପ୍ରିଲ 13) ଏୟାର ଇଣ୍ଡିଆର ବିମାନ ଇରାନର ଏୟାରପୋର୍ଟ ଦେଇ ଯିବା ବନ୍ଦ କରିଦେଇଛି । ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନ ଚେତାବନୀ ଦେଇ ସାରିଛି । ସୂତ୍ରରୁ ପ୍ରକାଶ ଯେ ୟୁରୋପକୁ ଯାଉଥିବା ଏୟାର ଇଣ୍ଡିଆର ବିମାନଗୁଡ଼ିକ ଇରାନର ଆକାଶ ସୀମାକୁ ନ ଯାଇ ଅଧିକ ସମୟ ନେଇ ଲମ୍ବା ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି।

Air India

ଏପ୍ରିଲ ୧ ତାରିଖରେ ସିରିଆର ରାଜଧାନୀ ଦମିଶକ ଥିବା ଇରାନ କନସୁଲେଟକ ଉପରେ ଇସ୍ରାଏଲ ଯୁଦ୍ଧ ବିମାନ ଦ୍ୱାରା ଆକ୍ରମଣ କରାଯାଇଥିଲା। ଏହି କାରଣରୁ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଥିଲା । ଇରାନ ଗଣମାଧ୍ୟମ ଅନୁଯାୟୀ, ଇସ୍ରାଏଲ ଆକ୍ରମଣରେ ଦୁଇ ଜଣ ଜେନେରାଲଙ୍କ ସମେତ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ।

ଇରାନ ଏକାସାଙ୍ଗରେ ପ୍ରତିଶୋଧ ନେବାକୁ ଇଙ୍ଗିତ କରିଥିଲା ​​ଏବଂ ଶୁକ୍ରବାର (ଏପ୍ରିଲ 12) ପରଠାରୁ ତେହେରାନ ଯେକୌଣସି ସମୟରେ ଆକ୍ରମଣ କରିପାରେ ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+