ଏୟାର ଇଣ୍ଡିଆ ବିମାନ ଇଞ୍ଜିନ କ୍ଷତିଗ୍ରସ୍ତ
ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନରେ କଣ୍ଟେନର ଫସିଯିବାରୁ ବିମାନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଛି । ଏୟାରବସ୍ ଏ୩୫୦ ବିମାନ ଏୟାରପୋର୍ଟରେ ଘନ କୁହୁଡିରେ ଟ୍ୟାକ୍ସି କରୁଥିଲା । ଏହି ସମୟରେ ବିମାନଟି ଫସିଯାଇଥିଲା । ବିମାନରେ ଥିବା ଜଣେ ଯାତ୍ରୀ କଣ୍ଟେନର ଫସିଯିବାର ଭିଡିଓ ରେକର୍ଡ଼ କରିଥିଲେ । ବିମାନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିବା ଭିଡିଓରୁ ଦେଖିବାକୁ ମିଳିଛି । ବିମାନର ଡାହାଣ ପଟ ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣା ପରେ ବିମାନକୁ ନିର୍ଦ୍ଧାରିତ ପାର୍କି ସ୍ଥଳରେ ସୁରକ୍ଷିତ ଭାବେ ରଖାଯାଇଛି । ବିମାନରେ ଥିବା ସମସ୍ତ ଯାତ୍ରୀ ଏକ କ୍ରୁ ସଦସ୍ୟଙ୍କ ସୁରକ୍ଷା ଦେଖି ବିମାନକୁ ଗ୍ରାଉଣ୍ଡ କରାଯାଇଛି ।

ଘଟଣା ପରେ ଜଣେ ପ୍ରବକ୍ତା କହିଛନ୍ତି, ଏୟାର ଇଣ୍ଡିଆ ନିଜ ଯାତ୍ରୀଙ୍କ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଛି । ସେହିପରି ଯାତ୍ରୀଙ୍କ ସୁବିଧା ଅନୁସାରେ ବିକଳ୍ପ ଯାତ୍ରା ବ୍ୟବସ୍ଥା ଏବଂ ଟଙ୍କା ଫେରସ୍ତ ବ୍ୟବସ୍ଥା କରିବା ପାଇଁ ସହାୟତା କରୁଛି । ଏ ସମ୍ପର୍କରେ ଏୟାର ଇଣ୍ଡିଆ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୟାନ ଜାରି କରାଯାଇନାହିଁ। ଏହାପୂର୍ବରୁ ୨୨ ଡିସେମ୍ବରରେ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଏହିପରି ଇଞ୍ଜିନରେ ତ୍ରୁଟି ଯୋଗୁଁ ମଝି ଆକାଶରେ ଘଣ୍ଟାଏ ରହିବା ପରେ ଦିଲ୍ଲୀ ବିମାନ ବନ୍ଦରକୁ ଫେରିଆସିଥିଲା ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications