Get Updates
Get notified of breaking news, exclusive insights, and must-see stories!

ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା, ୧ କୋଟି ଲେଖାଏଁ ସହାୟତାରାଶି ଦେବ ଟାଟା ଗ୍ରୁପ୍

ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଆସିଲା ଆଉ ଏକ ଅପଡେଟ୍ । ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କ ପରିବାରକୁ ମିଳିବ ସହାୟତା ରାଶି। ଏହି ସହାୟତା ରାଶି ଦେବ ଟାଟା ଗୃପ୍। ପ୍ରତି ମୃତକଙ୍କ ପରିବାରକୁ ମିଳିବ ୧ କୋଟି ଲେଖାଏଁ ସହାୟତା ରାଶି। ଏନେଇ ଟାଟା ଗୃପ୍ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅପରାହ୍ନରେ ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

plane crash

ବିମାନରେ ଥିଲେ ମୋଟ 242 ଜଣ ଲୋକ। 230 ଜଣ ଯାତ୍ରୀ, 2 ଜଣ ପାଇଲଟ ଓ 10 ଜଣ କ୍ରୁ ମେମ୍ବର । 230 ଯାତ୍ରୀଙ୍କ ମଧ୍ୟରୁ ସର୍ବାଧିକ 169 ଜଣ ଭାରତୀୟ, 53 ଜଣ ବ୍ରିଟେନର ନାଗରିକ, 7 ଜଣ ପର୍ତ୍ତୁଗୀଜ୍ ଓ ଜଣେ କାନାଡ଼ାର ନାଗରିକ। କୁହାଯାଉଛି ଏହି ଦୁର୍ଘଟଣାରେ ମାତ୍ର ଜଣେ ଯାତ୍ରୀ ଜୀବିତ ଅଛନ୍ତି। ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏହାସହ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+