Ahmedabad plane crash: ବିମାନରେ ଥିଲେ ୧୬୯ ଭାରତୀୟ
ଗୁଜରାଟ ଅହମ୍ମଦାବାଦରେ ଗୁରୁବାର ବଡ଼ ଧରଣ ବିମାନ ଦୁର୍ଘଟଣା ଘଟିଛି । ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନଟି ଟେକଅଫ୍ ସମୟରେ କ୍ରାସ୍ କରିଛି । ତେବେ ବର୍ତ୍ତମାନ ମିଳିଥିବା ସୂଚନା ମୁତାବକ, ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ ଆଉ ବିମାନଟି ହଠାତ୍ କ୍ରାସ୍ କରିଯାଇଥିଲା । ଡିଜିସିଏ ତରଫରୁ ବିମାନ ଦୁର୍ଘଟଣା ପରେ ଏନେଇ ବିସ୍ତୃତ ଭାବେ ଖବର ଦିଆଯାଇଛି ।

ମିଳିଥିବା ସୂଚନା ମୁତାବକ, ଜୁନ୍ ୧୨ ତାରିଖ ୨୦୨୫ରେ ଏୟାରଇଣ୍ଡିଆର ବିମାନ ଈ୭୮୭ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା । ହେଲେ ଟେକଅଫ୍ ସମୟରେ ହିଁ ବିମାନଟି କ୍ରାସ୍ କରିଯାଇଥିଲା । ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ । ଯେଉଁଥିରେ ୨ ଜଣ ପାଇଲଟ୍ ଏବଂ ୧୦ କ୍ୟାବିନ୍ କ୍ରୁ ମଧ୍ୟ ସାମିଲ ଥିଲେ । ଦୁର୍ଘଟଣାଗସ୍ତ ବିମାନରେ ୧୬୯ ଜଣ ଭାରତୀୟ ନାଗରିକ ଥିବା ବେଳେ , ବ୍ରିଟେନର ୫୩, ପର୍ତ୍ତୁଗାଲର ୭, କାନାଡ଼ର ୧ ଜଣ ନାଗରିକ ଥିଲେ ।












Click it and Unblock the Notifications