Get Updates
Get notified of breaking news, exclusive insights, and must-see stories!

Ahmedabad plane crash:ଆମେରିକାକୁ ପଠାଯିବ ବ୍ଲାକ୍ ବକ୍ସ, ଜାଣନ୍ତୁ କାହିଁକି?

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ବ୍ଲାକ୍‌ ବକ୍ସ କ୍ଷତିଗ୍ରସ୍ତ ହୋଇଛି । ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଦୁର୍ଘଟଣାରେ ବ୍ଲାକ୍‌ ବକ୍ସ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାର ଡାଟା ଉଦ୍ଧାର ପାଇଁ ଭାରତ ଏହାକୁ ଆମେରିକାର ନ୍ୟାସନାଲ ଟ୍ରାନ୍ସପୋର୍ଟେସନ୍‌ ସେଫଟି ବୋର୍ଡ, ଏନଟିଏସବିକୁ ପଠାଇବାକୁ ନିଷ୍ପତ୍ତି ନେଇଛି । ଜୁନ ୧୨ରେ ଲଣ୍ଡନ ଅଭିମୁଖେ ଯାଉଥିବା ବୋଇଂ ୭୮୭ ଡ୍ରିମଲାଇନର ଉଡ଼ାଣ ପରେ ମାତ୍ର ୩୬ ସେକେଣ୍ଡରେ ବିଜେ ମେଡିକାଲ କଲେଜ ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ir India plane crash

ବ୍ଲାକ୍‌ ବକ୍ସରେ ଫ୍ଲାଇଟ ଡାଟା ରେକର୍ଡର ଏଫଡିଆର୍‌ ଓ କକପିଟ୍‌ ଭଏସ୍‌ ରେକର୍ଡର୍‌ ସିଭିଆର ରହିଛି । ଯାହା ଉଚ୍ଚତା, ଗତି ଓ ପାଇଲଟଙ୍କ କଥାବାର୍ତ୍ତା ଆଦି ରେକର୍ଡ କରେ । ଦୁର୍ଘଟଣାରେ ଏହା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାରୁ ଭାରତରେ ଡାଟା ଉଦ୍ଧାର ସମ୍ଭବ ହୋଇନାହିଁ । ଏନ ଟିଏସବିର ଓ୍ୱାଶିଂଟନ୍‌ ଲାବୋରୋଟୋରିରେ ମେମୋରି ଚିପ୍‌ ଓ ଇଲେକ୍ଟ୍ରୋନିକ ସର୍କିଟ ପରୀକ୍ଷା କରାଯିବ । ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ବା ଏଏଆଇବି ଏହାର ତଦନ୍ତ କରୁଛି ।

ଏୟାର ଇଣ୍ଡିଆର ୩୩ଟି ଡ୍ରିମଲାଇନର ବିମାନ ଉପରେ ଅତିରିକ୍ତ ନିରାପତ୍ତା ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ବ୍ଲାକ୍‌ ବକ୍ସ ଡାଟା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+