ଦିଲ୍ଲୀ ବିମାନବନ୍ଦରରେ ଏୟାର ଇଣ୍ଡିଆର ଏମରଜେନ୍ସି ଲ୍ୟାଣ୍ଡିଂ
ଦିଲ୍ଲୀରୁ ଅହମ୍ମଦାବାଦ ଯାଉଥିବା ଏୟାର ଇଣ୍ଡିଆର ବିମାନ AI 2939 ରାତି ୧୦ଟା ୨୦ ମିନିଟରେ ଦିଲ୍ଲୀ ବିମାନବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା । ବିମାନର କାର୍ଗୋ ହୋଲ୍ଡରେ ଧୂଆଁ ଦେଖିବା ପରେ ଅହମ୍ମଦାବାଦ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଦିଲ୍ଲୀ ଫେରିବାକୁ ପଡିଲା ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ, ବିମାନଟି ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିଥିଲା । କ୍ରୁ ସଦସ୍ୟମାନେ ସେନ୍ସରଗୁଡିକ କାର୍ଗୋ କମ୍ପାର୍ଟମେଣ୍ଟରେ ଧୂଆଁ ଉଠିବାର ସତର୍କ କରିଥିଲେ ।
ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣକୁ ସୂଚନା ଦେଇଥିଲେ । ଯାହା ଫଳରେ ଏୟାର ଇଣ୍ଡିଆର ଏହି AI 2939 ବିମାନଟି ଗତକାଲି ରାତିରେ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ସୁରକ୍ଷିତ ଭାବେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା । ସମସ୍ତ ଯାତ୍ରୀ ଏବଂ କ୍ରୁର ସଦସ୍ୟମାନେ ସୁରକ୍ଷିତ ରହିଥିବା ସୂଚନା ମିଳିଛି । ଧୂଆଁ ସତର୍କତାର କାରଣ ତଦନ୍ତାଧୀନ ରହିଛି ।
More From
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications