ଏୟାର ଇଣ୍ତିଆ କର୍ମଚାରୀଙ୍କ ନୂଆ ୟୁନିଫର୍ମ ଡିଜାଇନ୍ କରିବେ ମନୀଷ ମଲହୋତ୍ରା
ନୂଆଦିଲ୍ଲୀ: ଏୟାର ଇଣ୍ତିଆ କର୍ମଚାରୀଙ୍କ ପାଇଁ ଆସିବ ନୂଆ ୟୁନିଫର୍ମ । ଡିଜାଇନ୍ କରିବେ ବଲିଉଡ ସେଲିବ୍ରିଟି ଡିଜାଇନର ମନୀଷ ମଲହୋତ୍ରା । ଏୟାର ଇଣ୍ତିଆର ୧୦ ହଜାର କର୍ମଚାରୀଙ୍କ ପାଇଁ ହେବ ନୂଆ ଡିଜାଇନର ଡ୍ରେସ୍ । ଏନେଇ ଏୟାର ଇଣ୍ତିଆ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘୋଷଣା କରି ସାରିଛି ।
ଏହାର ଇଣ୍ତିଆ ଏକ ପୋଷ୍ଟ ସେୟାର କରି ଲେଖିଛି ଯେ, ବଲିଉଡ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହିତ ଆମର ସହଭାଗିତା ଘୋଷଣା କରିବା ଖୁବ ଆନନ୍ଦଦାୟକ । ଆମର କ୍ୟାବିନ୍ କ୍ରୁ, ପାଇଲଟ୍ ଏବଂ ଅନ୍ୟ ଫ୍ରଣ୍ଟଲାଇନ ସହକର୍ମୀମାନଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ୍ କରିବା ପାଇଁ ଯାଉଛନ୍ତି ମନୀଷ ମଲହୋତ୍ରା । ତେବେ ଆମେ ଫେମସ୍ ଡିଜାଇନରଙ୍କ ସହ ମିଶି ଏକ ଚମତ୍କାର ଲୁକ୍ ସୃଷ୍ଟି କରିବା ପାଇଁ ଯାଉଛୁ ।

ସୂଚନା ରହିଛି ଯେ, ମନୀଷ ମଲହୋତ୍ରା ନିଜ୍ ଟିମ୍ ସହ ମିଶି ଏୟାର ଇଣ୍ତିଆର ଫ୍ରଣ୍ଟଲାଇନ୍ ଷ୍ଟାଫଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଏୟାର ଇଣ୍ତିଆ ନିଜ କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ ଆଣିବାର ସମ୍ଭାବନା ରହିଛି । ଏୟାରଇଣ୍ତିା ପକ୍ଷରୁ ଆହୁରି କୁହାଯାଇଛି ଯେ, ମନୀଷ ମଲହୋତ୍ରାଙ୍କ ସହ କାମ କରିବାକୁ ଆମେ ଖୁବ୍ ଆଗ୍ରହୀ ଅଛୁ ।
ସେହିପରି ଦେଶର ବଡ଼ ଏୟାରଲାଇନ୍ସ ମଧ୍ୟରୁ ଗୋଟିଏ ଏୟାର ଇଣ୍ତିଆ ପାଇଁ କାମ କରି ଖୁବ୍ ଖୁସି ଏବଂ ଉତ୍ସାହିତ ଅଛନ୍ତି ବଲିଉଡ ଡିଜାଇନର । ସେ କହିଛନ୍ତି ଏୟାର ଇଣ୍ତିଆ ସହ ମିଶିକରି କାମ କରିବା ଅତ୍ୟନ୍ତ ସମ୍ମାନର ବିଷୟ । ତେବେ ଏୟାରଇଣ୍ତିଆ କର୍ମଚାରୀଙ୍କ ଡ୍ରେସରେ ଆଧୁନିକତରା ଛୁଙ୍କ୍ ଏବଂ କମଫଟ୍ ଦେବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ସୂଚନାଥାଉ ଯେ, ୬୦ ବର୍ଷ ହେବ ଏୟାରଇଣ୍ତିଆର ମହିଳା ହୋଷ୍ଟେଜମାନେ ଶାଢୀ ଏବଂ ପୁରୁଷ ମାନେ ସୁଟ୍ ପିନ୍ଧି ଆସୁଥିଲେ । ଯାହା ଏବେ ପରିବର୍ତ୍ତନ ହେବା ପାଇଁ ଯାଉଛି ଯେଉଁଥି ପାଇଁ ଖୁବ ଉତ୍ସାହିତ ଅଛନ୍ତି କର୍ମଚାରୀ ମାନେ ।












Click it and Unblock the Notifications