ନୂଆ ବର୍ଷରେ ଯାତ୍ରୀଙ୍କୁ ବଡ ଉପହାର ଦେଲା ଏୟାର ଇଣ୍ଡିଆ, ଏଣିକି ମିଳିବ ମାଗଣା ଇଣ୍ଟରନେଟ ସୁବିଧା

ଅଧିକ ରୋଚକ ହେବ ବିମାନଯାତ୍ରା । ଏଣିକି ୱାଇଫାଇ ସୁବିଧା ପ୍ରଦାନ କରିବ ଏୟାର ଇଣ୍ଡିଆ । କିନ୍ତୁ ଏହା କେବଳ କିଛି ରୁଟରେ ହିଁ ଏହି ସୁବିଧା ଯୋଗାଇବ । ଏହି ସୁବିଧା ଏୟାରବସ ଏ୩୫୦, ବୋଇଙ୍ଗ ୭୮୭-୯ ଏବଂ ଏ୩୨୧ ନିଓ ଭଳି ବିମାନ ଗୁଡ଼ିକରେ ମିଳିବ । ତେବେ ଡୋମେଷ୍ଟିକ ଫ୍ଲାଇଟରେ ୱାଇଫାଇ ଇଣ୍ଟରନେଟ୍‌ ସୁବିଧା ଦେବା କ୍ଷେତ୍ରରେ ଏୟାର ଇଣ୍ଡିଆ ହେବ ଦେଶର ପ୍ରଥମ କମ୍ପାନି । ଏହାଦ୍ବାରା ଯାତ୍ରୀମାନେ ଟ୍ରାଭେଲ କରିବା ସମୟରେ ଇଣ୍ଟରନେଟ୍ ସହ ଯୋଡି ହୋଇ ରହିପାରିବେ ।

Air India

କମ୍ପାନୀ କହିଛି କି ଆମେ ନିଶ୍ଚିତ ଯେ ଆମର ଯାତ୍ରୀମାନେ ଇଣ୍ଟରନେଟ ସେବା ଯୋଗୁଁ ୱେବ ସହିତ ଯୋଡିହୋଇ ରହିବେ ଏବଂ ବିମାନରେ ନୂତନ ଏୟାର ଇଣ୍ଡିଆର ଅଭିଜ୍ଞତାକୁ ଉପଭୋଗ କରିବାର ବିକଳ୍ପକୁ ପ୍ରଶଂସା କରିବେ । ଯାତ୍ରୀମାନେ ଲାପଟପ୍, ଟାବଲେଟ୍ ଏବଂ ସ୍ମାର୍ଟଫୋନ୍ ଇତ୍ୟାଦି ସହିତ ୱାଇ-ଫାଇ ବ୍ୟବହାର କରିପାରିବେ । ବିମାନରେ ବସି ନିଜ ବିଜନେସର ଅପଡେଟ୍ ନେବା ସହ ପରିବାର ପ୍ରିୟଜନଙ୍କ ସହ ଯୋଗାଯୋଗରେ ରହିପାରିବେ ।

ସମୟକ୍ରମେ ଏହାକୁ କମ୍ପାନି ଅନ୍ୟ ବିମାନରେ ମଧ୍ୟ ପ୍ରଦାନ କରିବ । ୧୦ ହଜାର ଫୁଟରୁ ଉପରେ ଉଡୁଥିବା ବିମାନରେ ଏକା ସହ ଡିଭାଇସ କନେକ୍ଟ କରିବାର ସୁବିଧା ମିଳିବ । ସୂଚନାନୁସାରେ, ଏୟାର ଇଣ୍ଡିଆ ବିମାନ ଗ୍ଲୋବାଲ ନେଟୱାର୍କ ସହିତ ଯୋଡି ହେବ। ସାଟେଲାଇଟ ମାଧ୍ୟମରେ ବିମାନରେ ଇଣ୍ଟରନେଟ୍ ଡାଟା ଟ୍ରାନ୍ସମିସନ୍ କରାଯିବ ଏବଂ ବିମାନ ଭିତରେ ସ୍ୱତନ୍ତ୍ର ରାଉଟର ଏବଂ ୱାଇ-ଫାଇ ହଟସ୍ପଟ୍ ସିଷ୍ଟମ ଲଗାଯିବ ।

ସାଧାରଣତଃ ଇମେଲ, ସୋସିଆଲ ମିଡିଆ ଏବଂ ଭିଡିଓ ଷ୍ଟ୍ରିମିଂ ଭଳି ସେବା ପାଇଁ ଏହା ଯଥେଷ୍ଟ ହେବ । ବର୍ତ୍ତମାନ ଏୟାର ଇଣ୍ଡିଆ ଦ୍ୱାରା ମାଗଣାରେ ୱାଇ-ଫାଇ ସେବା ଯୋଗାଉଛି । ଅନ୍ତର୍ଜାତୀୟ ରୁଟରେ କିଛି ବଛାବଛା ବିମାନରେ ଏହି ସେବା ଦେଉଛି କମ୍ପାନି । କିନ୍ତୁ ଭବିଷ୍ୟତରେ ଏୟାର ଇଣ୍ଡିଆ ନିଜର ଇଣ୍ଟରନେଟ୍‌ ସୁବିଧା ବଢାଇବେ । ଯାହା ଯାତ୍ରୀଙ୍କ ପାଇଁ ବେଶ୍‌ ସହାୟକ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+