ଏୟାର ଇଣ୍ଡିଆ ବିମାନକୁ ଧମକପୂର୍ଣ୍ଣ ଚିଠି ; ମୁମ୍ବାଇରୁ ନ୍ୟୁୟର୍କ ଯିବା ରାସ୍ତାରୁ ଅଧାରୁ ଫେରିଲା

ଏୟାର ଇଣ୍ଡିଆ ବିମାନକୁ ଧମକପୂର୍ଣ୍ଣ ଚିଠି । ଏୟାର ଇଣ୍ଡିଆର ଏକ ବିମାନ ମୁମ୍ବାଇରୁ ନ୍ୟୁୟର୍କ ଯିବାର ଥିଲା, କିନ୍ତୁ ମଝି ରାସ୍ତାରୁ ବିମାନ ପୁଣି ମୁମ୍ବାଇ ଫେରି ଆସିଛି । କାରଣ ବିମାନରେ ବୋମା ଆତଙ୍କ ଥିବାରୁ ପାଇଲଟଙ୍କୁ ତାଙ୍କର ରୁଟ୍‌ ପରିବର୍ତ୍ତନ କରିବାକୁ ପଡ଼ିଲା। ଯେତେବେଳେ ଏୟାର ଇଣ୍ଡିଆର ବୋଇଂ ୩୫୦ ବିମାନ ଆଜରବାଇଜାନ ଉପରେ ଉଡୁଥିଲା, ସେତେବେଳେ ବିମାନର କ୍ରୁ ସଦସ୍ୟମାନେ ଏହି ଧମକ ପାଇଥିଲେ। ବିମାନଟି ମୁମ୍ବାଇ ଫେରିବା ପରେ, ବୋମା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତଥାପି ଏପର୍ଯ୍ୟନ୍ତ ତଦନ୍ତରେ କିଛି ବାହାରି ନାହିଁ। ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ଏହା କେବଳ ଏକ ମିଥ୍ୟା ଧମକ ଥିଲା ।

Air India

ଏହି ବିମାନରେ ମୋଟ୍‌ ୩୦୩ ଜଣ ଯାତ୍ରୀ ଏବଂ ୧୯ ଜଣ କ୍ରୁ ସଦସ୍ୟ ଉପସ୍ଥିତ ଥିଲେ। ବିମାନଟି ରାତି ୨ଟାରେ ମୁମ୍ବାଇରୁ ଉଡ଼ାଣ ଆରମ୍ଭ କରିଥିଲା ଏବଂ ସକାଳ ୧୦.୨୫ରେ ଫେରିଥିଲା। AI-119 ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନ୍ୟୁୟର୍କର ଜନ୍‌ ଏଫ୍‌ କେନେଡି ବିମାନବନ୍ଦର ପର୍ଯ୍ୟନ୍ତ ଯାତ୍ରା ସମାପ୍ତ କରିବାକୁ ପ୍ରାୟ ୧୫ ଘଣ୍ଟା ସମୟ ନିଏ। ଏୟାର ଇଣ୍ଡିଆ କହିଛି, ବିମାନଟି ଆସନ୍ତାକାଲି ସକାଳ ୫ଟାରେ ଉଡ଼ାଣ ଆରମ୍ଭ କରିବ। ଏୟାର ଇଣ୍ଡିଆ ଏହା ମଧ୍ୟ କହିଛି ଯେ ଯାତ୍ରୀମାନଙ୍କୁ ବିଶ୍ରାମ ସ୍ଥାନ, ଖାଦ୍ୟ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇଛି।

ଏୟାର ଇଣ୍ଡିଆ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ୧୦ ମାର୍ଚ୍ଚ, ୨୦୨୫ରେ ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା AI-119 ବିମାନରେ ଏକ ସମ୍ଭାବ୍ୟ ସୁରକ୍ଷା ବିପଦ ଚିହ୍ନଟ ହୋଇଥିଲା। ପ୍ରୋଟୋକଲ ଅନୁସାରେ, ବିମାନରେ ଥିବା ସମସ୍ତ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନକୁ ମୁମ୍ବାଇ ଫେରାଇ ନିଆଯାଇଥିଲା। ବିମାନଟି ସକାଳ ୧୦.୨୫ରେ ମୁମ୍ବାଇରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ମାମଲାର ତଦନ୍ତ କରୁଛନ୍ତି। ଏୟାର ଇଣ୍ଡିଆର ଅଧିକାରୀମାନେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ବିମାନଟି ୧୧ ମାର୍ଚ୍ଚ, ୨୦୨୫ ସକାଳ ୫ଟାରେ ଛାଡ଼ବ, ସେପର୍ଯ୍ୟନ୍ତ ସମସ୍ତ ଯାତ୍ରୀଙ୍କୁ ହୋଟେଲରେ ରହିବା, ଖାଦ୍ୟ ଏବଂ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+