ଏୟାର ଇଣ୍ଡିଆ ବିମାନକୁ ବୋମାମାଡ଼ ଧମକ, ଥାଇଲାଣ୍ଡରେ ଏମରଜେନ୍ସି ଲ୍ୟାଣ୍ଡିଂ
ବୋମାମାଡ଼ ଧମକ ପରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ଥାଇଲାଣ୍ଡରେ ଏମରେଜେନ୍ସି ଲ୍ୟାଣ୍ଡିଂ କଲା ବିମାନ । ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ କ୍ରାସ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଗତକାଲିର ଏତେ ବଡ଼ ଦୁର୍ଘଟଣାର ଦୁଃଖ ମନରୁ ଲିଭୁଣୁ ଆଜି ପୁଣି ଥରେ ଏୟାର ଇଣ୍ଡିଆ ବିମାନକୁ ନେଇ ଏକ ବଡ଼ ଖବର ଆସିଛି ।
ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର ପକ୍ଷରୁ ମିଳିଥିବା ସୂଚନା ମୁତାବକ AI 379 ବିମାନକୁ ବୋମାମାଡ଼ କରି ଉଡ଼ାଇ ଦେବାର ଧମକ ମିଳିଛି । ଯେଉଁଥିପାଇଁ ଥାଇଲାଣ୍ଡର ଫୁକେଟ୍ରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଏହି ବିମାନକୁ ପାଇଲଟଙ୍କ ଅନୁରୋଧକ୍ରମେ ଜରୁରୀ ଅବତରଣ କରାଯାଇଛି । ଏନେଇ ଫୁକେଟ୍ ବିମାନବନ୍ଦର ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି ।

ଗତକାଲି ଅହମ୍ମଦାବାଦରେ ଘଟିଛି ଭୟାବହ ବିମାନ ଦୁର୍ଘଟଣା । ଯେଉଁଥିରେ ଜଣେ ଯାତ୍ରୀଙ୍କୁ ଛାଡି ଅନ୍ୟ ସମସ୍ତକର ମୃତ୍ୟୁ ଘଟିଛି । ବିମାନରେ ଥିବା ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ଏୟାର ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବର୍ତ୍ତିଥିବା ରମେଶ ବିଶ୍ବାସ କୁମାରଙ୍କ ହସପିଟାଲରେ ଚିକିତ୍ସା ଜାରି ରହିଛି । ସେପଟେ ବିମାନଟି କ୍ରାସ ହୋଇ ପଡ଼ିଥିବା ସ୍ଥାନରେ ଥିବା ହଷ୍ଟେଲର ଛାତ୍ରଙ୍କର ବି ମୃତ୍ୟୁ ହୋଇଛି । ଏହି ଟ୍ରାଜେଡୀ ପରେ ସାରା ଦେଶରେ ଶୋକର ବାତାବରଣ ଥିବାବେଳେ ସେପଟେ ପୁଣି ଏୟାର ଇଣ୍ଡିଆ ବିମାନକୁ ବମ୍ ଥ୍ରେଟ୍ ମିଳିଥିବା ଖବର ଆସିଛି ।












Click it and Unblock the Notifications