Get Updates
Get notified of breaking news, exclusive insights, and must-see stories!

କୋଲକାତା ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ଜାଣନ୍ତୁ କାହିଁକି.....

ଭାନକୁଭରରୁ ଦିଲ୍ଲୀ ଯାଉଥିବା ଜଣେ ଯାତ୍ରୀ ବିମାନରେ ହଠାତ୍ ଅସୁସ୍ଥ ହୋଇପଡିଲେ । ତାଙ୍କ ଚିକିତ୍ସା ପାଇଁ ତୁରନ୍ତ କୋଲକାତା ବିମାନବନ୍ଦରରେ ବିମାନ ଲ୍ୟାଣ୍ଡିଂ କରିଥିଲା । ସେଠାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ସୂଚନାନୁଯାୟୀ,ଗତକାଲି ଭାନକୁଭରରୁ କୋଲକାତା ଦେଇ ଦିଲ୍ଲୀ ଯାଉଥିବା ସମୟରେ ଏୟାର ଇଣ୍ଡିଆର ଏକ ବିମାନରେ ଦିଲ୍ଲୀର ଜଣେ ୭୦ ବର୍ଷୀୟ ଯାତ୍ରୀ ଦଲବୀର ସିଂ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଜରୁରୀକାଳୀନ ଚିକିତ୍ସା ପାଇଁ ତାଙ୍କୁ ରାତି ପ୍ରାୟ ୯:୧୫ ମିନିଟ୍ ସମୟରେ କୋଲକାତା ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯାଇଥିଲା ।

air india

ଅସୁସ୍ଥ ମହିଳା ଜଣଙ୍କୁ ଓହ୍ଲାଇ ଦେବା ପରେ ବିମାନଟି ରାତି ୧୦:୧୦ ମିନିଟ୍ ସମୟରେ ପୁଣି ୧୭୬ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ବିମାନରୁ ଓହ୍ଲାଇବା ପରେ, ଦଲବୀର ସିଂଙ୍କୁ ତୁରନ୍ତ ଚାର୍ଣ୍ଣକ୍ ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତରୀ କର୍ମଚାରୀମାନେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପୋଲିସ ମୃତକଙ୍କ ପରିବାରକୁ ସୂଚନା ଦେଇଛି । ଏଥିସହ ମୃତଦେହ ପୋଷ୍ଟମର୍ଟମ ପାଇଁ ଆରଜି କର ମେଡିକାଲ କଲେଜକୁ ପଠାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+