ମଝି ଆକାଶରେ ବିମାନରେ ଦେଖାଦେଲା ତ୍ରୁଟି, ଘୋଷଣା ହେଲା ଏମର୍ଜେନ୍ସି
Air India flight:ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ନମ୍ବର IX613 ତ୍ରିଚିରୁ ଶାରଜାହ ଯାଉଥିବା ବିମାନରେ ସାଂଘାତିକ ତ୍ରୁଟି ଦେଖାଦେଇଛି । ଏହା ପରେ ପାଇଲଟଙ୍କ ଅନୁରୋଧ କ୍ରମେ ତିରୁଚିରାପଲି ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ବିମାନରେ 140 ଜଣ ଯାତ୍ରୀ ଯାତ୍ରା କରୁଥିବା ନେଇ ସୂଚନା ରହିଥିଲା ।

ବିମାନଟି ତାମିଲନାଡ଼ୁର ତ୍ରିଚିରୁ ୟୁଏଇର ଶାରଜା ଅଭିମୁଖେ ଯାତ୍ରା କରୁଥିଲା । ହେଲେ ମଝି ଆକାଶରେ ଏୟାରଇଣ୍ଡିଆ ବିମାନରେ ତ୍ରୁଟି ଥିବାରୁ ଏମର୍ଜେନ୍ସି ଘୋଷଣା କରାଯାଇଛି। ଯେକୌଣସି ମୁହୂର୍ତ୍ତରେ ଏହା ତ୍ରିଚି ଏୟାରପୋର୍ଟରେ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କରିପାରେ ବୋଲି ସୂଚନା ରହିଛି । ବିମାନ ବନ୍ଦରରେ ଜରୁରୀ ସ୍ଥିତିର ମୁକାବିଲା ପାଇଁ ୨୦ଟି ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଏୟାରପୋର୍ଟରେ ନିୟୋଜିତ ଅଛି।












Click it and Unblock the Notifications