ଏୟାର ଇଣ୍ଡିଆ ଉପରେ ୧ କୋଟି ଟଙ୍କାର ଜୋରିମାନା
ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏୟାର ଇଣ୍ଡିଆ ଉପରେ ୧ କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ନିର୍ଦିଷ୍ଟ ଏକ ଏୟାରବସ୍-୩୨୦ ବିମାନ ଉଡାଣଯୋଗ୍ୟ ହୋଇନଥିବା ସତ୍ତ୍ବେ ୨୦୨୫ ନଭେମ୍ବର ୨୪ ଓ ୨୫ରେ ଉକ୍ତ ବିମାନଟି ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବଇ ଓ ହାଇଦରାବାଦ ରୁଟ୍ରେ ମୋଟ ଆଠଥର ଯାତାୟାତ କରିଥିଲା। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ବିପଜ୍ଜନକ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ କୌଣସି ବିମାନ ଉଡାଣଯୋଗ୍ୟ ହେବା ନିମନ୍ତେ ଡିଜିସିଏ ପକ୍ଷରୁ ଏଆରସି (ଏୟାରୱର୍ଦିନେସ୍ ରିଭ୍ୟୁ ସାର୍ଟିଫିକେଟ) ହାସଲ କରିବା ଜରୁରୀ ହୋଇଥାଏ।













Click it and Unblock the Notifications