ହିଣ୍ଡନ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି,ଉଡ଼ାଣ ବାତିଲ!
ଏୟାର ଇଣ୍ଡିଆର ଆଉ ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି। ରବିବାର ଗାଜିଆବାଦର ହିଣ୍ଡନ ବିମାନବନ୍ଦରରୁ କୋଲକାତା ଯିବାକୁ ଥିବା ଏୟାର ଇଣ୍ଡିଆର ବିମାନ ନମ୍ବର IX 1511ର ଉଡ଼ାଣ ବାତିଲ କରାଯାଇଛି। ସୂଚନା ଅନୁଯାୟୀ, ଏହି ବିମାନଟି ଗାଜିଆବାଦରୁ କୋଲକାତା ଉଡ଼ାଣ କରିବାର ଥିଲା। ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ଗୋଟିଏ ଘଣ୍ଟା ରନୱେରେ ଫସି ରହିଥିଲା। ତେବେ ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଏବଂ ଦ୍ବନ୍ଦ୍ବ ଦେଖାଦେଇଥିଲା।

ତେବେ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ସରକାରୀ ସୂଚନା ଜାରି କରାଯାଇ ନାହିଁ। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ, ବିମାନଟି ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିଲା। ହେଲେ ହଠାତ୍ ଏକ ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିବା ପରେ ସୁରକ୍ଷା କାରଣରୁ ଉଡ଼ାଣକୁ ସ୍ଥଗିତ କରାଯାଇଛି। ତ୍ରୁଟିର ସଂଶୋଧନ ପାଇଁ ଉଦ୍ୟମ ଚାଲିଥିବା କୁହାଯାଇଛି।












Click it and Unblock the Notifications