ଦୁବାଇ,ସାଉଦି ଓ କାତାର ଯାଉଥିବା ଏୟାର ଇଣ୍ଡିଆ ବିମାନ ରଦ୍ଦ
ମଧ୍ୟପ୍ରାଚ୍ୟର ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡ଼ିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ସିଧାସଳଖ ଅନ୍ତର୍ଜାତୀୟ ବିମାନ ଯାତ୍ରାକୁ ପ୍ରଭାବିତ କରିଛି। ଏହି ଯୁଦ୍ଧ ଭଳି ପରିବେଶକୁ ଦୃଷ୍ଟିରେ ରଖି, ଏୟାର ଇଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି, କମ୍ପାନୀ ଦୁବାଇ, ଦୋହା, ରିୟାଦ ଏବଂ ତେଲ ଅଭିଭ ସମେତ ସମଗ୍ର ମଧ୍ୟପ୍ରାଚ୍ୟକୁ ସମସ୍ତ ବିମାନ ଉଡ଼ାଣକୁ ତୁରନ୍ତ ସ୍ଥଗିତ ରଖିଛି।
ଇରାନ ବିରୋଧରେ ଇସ୍ରାଏଲର ଅପରେସନ ରୋରିଙ୍ଗ୍ ଲାୟନ୍' ଆରମ୍ଭ କରିଛି। ଏହି କାର୍ଯ୍ୟାନୁଷ୍ଠାନ ପରେ ତାକୁ ଆମେରିକାର ସାଥ୍ ମିଳିଛି। ଇରାନ ମଧ୍ୟ ପାଲଟା ଆକ୍ରମଣ କରିଛି, ଏହି କାରଣରୁ ବହୁ ଦେଶରେ ନିଜର ଏୟାରସ୍ପେସ୍ ବନ୍ଦ କରିଛି। ସ୍ଥିତିର ଗମ୍ଭୀରତାକୁ ଦେଖି କୁହାଯାଉଛି ଯେ,୨୮ ଫେବୃଆରୀରେ ତେଲ୍ ଅଭିଭ ଯାଉଥିବା ଏୟାର ଇଣ୍ଡିଆର ବିମାନ AI139 କୁ ମଝିରେ ଭାରତ ଫେରିବାକୁ ପଡିଛି। ସୁରକ୍ଷା ଦୃଷ୍ଟିରୁ, ଏୟାର ଇଣ୍ଡିଆ ୟୁଏଇର ଦୁବାଇ ଏବଂ ଆବୁଧାବି, ସାଉଦି ଆରବର ରିୟାଦ, ଜେଦ୍ଦା ଏବଂ ଦମ୍ମାମ ସମେତ ଅନେକ ପ୍ରମୁଖ ରୁଟରେ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛି।

ଏହା ବ୍ୟତୀତ, କାତାରର ଦୋହା, ଓମାନର ମସ୍କଟ ଏବଂ ଇସ୍ରାଏଲର ତେଲ ଅଭିଭକୁ ସମସ୍ତ ଆନ୍ତର୍ଜାତୀୟ ବିମାନକୁ ବାତିଲ କରାଯାଇଛି। ଏୟାର ଇଣ୍ଡିଆ ଆଡଭାଇଜରୀ ଜାରି କରି ସ୍ପଷ୍ଟ କରିଛି ଯେ, ଯାତ୍ରୀ ଓ କ୍ରୁ ମେମ୍ବରଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। କମ୍ପାନୀ ସୁରକ୍ଷା ସ୍ଥିତିକୁ ଲଗାତାର ଆକଳନ କରୁଛି। ସେଭଳି ଇଣ୍ଡିଗୋ ମଧ୍ୟ ଏହି ସ୍ଥିତିରେ ଟ୍ରାଭେଲ ଆଡଭାଇଜରୀ ଜାରି କରିଛି। ଇଣ୍ଡିଗୋ କହିଛି, ତାଙ୍କ ଟିମ୍ ଇରାନ ଓ ଉପସାଗରୀୟ ଦେଶର ସ୍ଥିତି ଉପରେ ପୁରା ନଜର ରଖିଛି। ସୁରକ୍ଷାକୁ ଦେଖି ଫ୍ଲାଇଟ ଅପରେସନ୍ ତୁରନ୍ତ ପରିବର୍ତ୍ତନ କରାଯିବ।












Click it and Unblock the Notifications