ଏୟାର ଇଣ୍ଡିଆରେ ବୋମା ଆତଙ୍କ

ଗତ କିଛି ଦିନ ହେବ ଲଗାତାର ବୋମା ଧମକ ସାମ୍ନାକୁ ଆସିଛି । ପ୍ରଥମେ ଦିଲ୍ଲୀ-ଏନସିଆରର ଘରୋଇ ବିଦ୍ୟାଳୟରେ ବୋମା ବିପଦ ଥିବା ଏକ ଇମେଲ ଆସିଥିଲା । ଏହା ପରେ ଗୁଜୁରାଟ ଏବଂ ପରେ ରାଜସ୍ଥାନର ବିଦ୍ୟାଳୟରେ ଧମକ ମିଳିଥିଲା । ଏତିକି ନୁହେଁ ଦିଲ୍ଲୀର ଡାକ୍ତରଖାନା ଏବଂ ଆଇଜି ବିମାନ ବନ୍ଦରକୁ ଉଡ଼ାଇଦେବାକୁ ଧମକ ଦିଆଯାଇଥିଲା ।

କିନ୍ତୁ ସମସ୍ତ ଧମକ କେବଳ ଗୁଜବ ରୂପେ ପରିଣତ ହୋଇଥିଲା । ବର୍ତ୍ତମାନ ଏୟାର ଇଣ୍ଡିଆ ବିମାନରେ ଏକ ବୋମା ଗୁଜବ ପ୍ରଚାରିତ ହୋଇଛି । ଭାରତୀୟ ପୋଲିସ ବିଭାଗ ଏହି ଧମକକୁ ଗମ୍ଭୀରତାର ସହ ନେଇ ତଦନ୍ତ କରୁଛି । ସଚନାନୁସାରେ ଆଇଜିଆଇ ବିମାନ ବନ୍ଦରରେ ଦିଲ୍ଲୀ-ଭଡୋଦରା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ ଖେଳିଯାଇଛି । ଏହି ସମୟରେ ବିମାନର ଶୌଚାଳୟରେ ଏକ ଟିସୁ ପେପର ମିଳିଥିଲା । ଯେଉଁଥିରେ ବୋମା ଲେଖାଯାଇଥିଲା ।

Air India Bomb Threat

ଏହାକୁ ଜଣେ ଯାତ୍ରୀ ପଢିଥିଲେ, ପରେ ସେ ଠାରୁ ପ କୁ ସଦସ୍ୟମାନଙ୍କୁ ଜଣାଇ ଦିଆଯାଇଥିଲା । ଏହା ପରେ ଯାତ୍ରୀ ଏବଂ କୁ ସଦସ୍ୟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ବୋମା ବିଷୟରେ ସୂଚନା ପାଇବା ପରେ ଯାତ୍ରୀମାନଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ବୋମା ନିଷ୍କ୍ରିୟ ସ୍କ୍ୱାଡ ଟିମ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ । ଯାତ୍ରୀଙ୍କ ପ୍ରତ୍ୟେକ ସାମଗ୍ରୀ ମଧ୍ୟ ଯାଞ୍ଚ କରାଯାଇଥିଲା, କିନ୍ତୁ ସନ୍ଦେହଜନକ କିଛି ମିଳି ନଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+