Get Updates
Get notified of breaking news, exclusive insights, and must-see stories!

ଜମ୍ମୁ-କଶ୍ମିରରେ IAF'ର କନଭଏ ଉପରେ ଆତଙ୍କବାଦୀ ଆକ୍ରମଣ:ଜଣେ ଯବାନ ସହିଦ

Jammu And Kashmir: ମେ'୪ ତାରିଖର ସନ୍ଧ୍ୟାରେ ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ବାୟୁସେନା କନଭୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ୫ ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ଯାହାଙ୍କ ମଧ୍ୟରୁ ଆଜି ଜଣେ ଯବାନ ସହିଦ ହୋଇଛନ୍ତି । ଏନେଇ ସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

Jammu And Kashmir

ସୂଚନାଥାଉ ଯେ,ଶନିବାର ଦିନ ଜମ୍ମୁ-କାଶ୍ମୀରର ପୁଞ୍ଚରେ ଏୟାରଫୋର୍ସର ୨ଟି ଗାଡି ଉପରକୁ ସୁରନକୋଟକ ସନାଇ ଗାଁରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୫ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ଯବାନ ସହିଦ ହୋଇଛନ୍ତି ।

ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ଆତଙ୍କବାଦୀମାନେ ସେନା ଗାଡି ଉପରୁ ଗୁଳିମାଡ କରିଛନ୍ତି । ଆତଙ୍କି ଆକ୍ରମଣର ତୁରନ୍ତ ଘଟଣାସ୍ଥଳରେ ସେନା ପହଞ୍ଚିଛି । ରାଷ୍ଟ୍ରୀୟ ରାଇଫଲସ ୟୁନିଟ୍ ସମ୍ପୂର୍ଣ ଅଞ୍ଚଳକୁ ଘେରାଉ କରି ରଖିଥିବା ବେଳେ ତଦନ୍ତ ଆରମ୍ଭ କରାଯାଇଛି । ସେହିପରି ଆଜି ପୁଞ୍ଚରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+