ସେନା ଗାଡି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୫ ଯବାନ ଆହତ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୁଞ୍ଚରେ ଏୟାରଫୋର୍ସର ଗାଡି ଉପରକୁ ହୋଇଛି ଆତଙ୍କୀ ଆକ୍ରମଣ । ଏହି ଆକ୍ରମଣରେ ୫ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସୁରକ୍ଷା ଅଧିକାରୀମାନେ କହିଛନ୍ତି କି ଆତଙ୍କବାଦୀମାନେ ସେନାଙ୍କ ଗାଡି ଉପରୁ ଗୁଳିମାଡ କରିଛନ୍ତି । ଆତଙ୍କି ଆକ୍ରମଣର ତୁରନ୍ତ ଘଟଣାସ୍ଥଳରେ ସେନା ପହଞ୍ଚିଛି । ରାଷ୍ଟ୍ରୀୟ ରାଇଫଲସ ୟୁନିଟ୍ ସମ୍ପୂର୍ଣ ଅଞ୍ଚଳକୁ ଘେରାଉ କରି ରଖିଥିବା ବେଳେ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି ।
ଏୟାରଫୋର୍ସ ବାହନଙ୍କୁ ଶାହସିତାର ନିକଟସ୍ଥ ବାୟୁସେନା ଘାଟିକୁ ପହଞ୍ଚାଇ ଦିଆଯାଇଛି । ଆହତ ଜବାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ ପଠାଯାଇଛି । ଅଧିକାରୀଙ୍କ ସୂଚନା ଅନୁସାରେ ପୁଞ୍ଛ ଜିଲ୍ଲାର ମେଧାତ୍ ଉପମଣ୍ଡଳ ଗୁରସାଇ ମୁରୀର ଏକ ସରକାରୀ ବିଦ୍ୟାଳୟ ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀ ଗୁଳିମାଡ କରିଥିଲେ । ଏହା ପରେ ସୁରକ୍ଷା କର୍ମୀଙ୍କୁ ଜବାବୀ କାର୍ଯ୍ୟାନୁଷ୍ଠାନ କରିବାକୁ ପଡିଥିଲା ।

ରିପୋର୍ଟ ଅନୁସାରେ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସଂଧ୍ୟା ପ୍ରାୟ ୬ଟା ୧୫ ମିନିଟ୍ ରେ ସୁରନକୋଟ ଥାନା ଅନ୍ତର୍ଗତ ସନାଇର ବକେରବାଲ ଅଞ୍ଚଳରେ ଜରୌଲିରୁ ଶାଷ୍ଟାର ଅଭିମୁଖେ ଯାଉଥିବା ବେଳେ ବାୟୁସେନା ର ଏହି ଗାଡ଼ି ଉପରେ ଆକ୍ରମଣ ହୋଇଥିଲା । ଗତବର୍ଷ ସେନା ଉପରେ କ୍ରମାଗତ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଏହି ଅଞ୍ଚଳରେ ଚଳିତ ବର୍ଷ ଏହା ହେଉଛି ସଶସ୍ତ୍ର ବାହିନୀ ଉପରେ ପ୍ରଥମ ବଡ଼ ଧରଣର ଆକ୍ରମଣ ।












Click it and Unblock the Notifications