ଫାଟିଲା ଏସି, ଫ୍ଲାଟ୍ରେ ଲାଗିଲା ନିଆଁ
ନୂଆଦିଲ୍ଲୀ: ଘରେ ଏସି ବିସ୍ଫୋରଣ ହେବାରୁ ନୋଇଡାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ନୋଇଡା ସେକ୍ଟର ୧୦୦ର ଲୋଟସ୍ ବ୍ଲୁ ବାର୍ଡ ସୋସାଇଟିର ଏକ ଫ୍ଲାଟ୍ରେ ଏହି ଏସି ବିସ୍ଫୋରଣ ଘଟିଛି । ଏସି ବିସ୍ଫୋରଣ ହେତୁ ସମଗ୍ର ଫ୍ଲାଟରେ ନିଆଁ ଲାଗିଯାଇଛି । ଫଳରେ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯିଥିଲା ।
ସଂଗେ ସଂଗେ ଫ୍ଲାଟରେ ରହୁଥିବା ଲୋକେ ସେମାନଙ୍କର ଫ୍ଲାଟ ଛାଡି ବାହାରକୁ ଚାଲିଆସିଥିଲେ । ନିଆଁର ପ୍ରକୋପ ଏତେ ଅଧିକ ରହିଛି ଯେ, ଏହି ନିଆଁ ଫ୍ଲାଟର ଅର୍ଦ୍ଧେକ ସ୍ଥାନକୁ ବ୍ୟାପିଯାଇଥିଲା । ଖବର ପାଇଁ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଞ୍ଚି ରେସକ୍ୟୁ ଅପରେସନ ଜାରି କରିଥିଲେ ।
ଏହି ଘଟଣାକୁ ନେଇ ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ଚୋବେ କହିଛନ୍ତି ଯେ, ସକାଳ ୧୦.୧୦ରେ କୋଠାର ଦଶମ ମହଲାରେ ଥୁବା ଫ୍ଲାଟରେ ନିଆଁ ଲାଗିବା ନେଇ ସ୍ଥାନୀୟ ଲୋକ ତଥା ସମାଜ ବାସିନ୍ଦା ଅଗ୍ନିଶମ ସେବା ୟୁନିଟକୁ ସତର୍କ କରାଇଥିଲୋ ସେ କହିଛନ୍ତି, ଆମେ ସଙ୍ଗେ ସଙ୍ଗେ ୫ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

କିନ୍ତୁ ଆମର ଗାଡି ସେଠାରେ ପହଞ୍ଚିବା ପୂର୍ବରୁ ସୋସାଇଟିରେ ସ୍ଥାପିତ ଅଗ୍ନି ନିର୍ବାପକ ବ୍ୟବସ୍ଥା ୧୦ ମିନିଟ ମଧ୍ୟରେ ନିଆଁ ଲିଭାଇବାରେ ସଫଳ ହୋଇଥିଲା ଏସି ବିସ୍ଫୋରଣ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିଲା । ସ୍ପି କଲର, ନିର୍ବାପକ ଯନ୍ତ୍ର, ହୋସ ଭଳି ଅଗ୍ନି ନିର୍ବାପକ ବ୍ୟବସ୍ଥା ଭଲ କାମ କରୁଥିବାରୁ ନିଆଁ ଅଧିକ ବ୍ୟାପି ନଥୁଲା ଏବଂ ଗୋଟିଏ ପ୍ଲାଟରେ ରହିଥିଲା । ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ସୁଚନା ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ବିସ୍ପୋରଣର ଭିଡିଓ ଭାଇରାଲ୍ ହୋଇଥିବା ବେଳେ ପ୍ଲାଟରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି ।












Click it and Unblock the Notifications