ଦୁର୍ଘଟଣାଗସ୍ତ ହେଲା ଏୟାର ଆମ୍ବୁଲାନ୍ସ, ରୋଗୀଙ୍କ ସମେତ ୭ ଜଣଙ୍କ ମୃତ୍ୟୁ
ଦୁର୍ଘଟଣାଗସ୍ତ ହେଲା ଏୟାର ଆମ୍ବୁଲାନ୍ସ । ବିମାନରେ ଥିବା ୭ ଜଣଙ୍କ ମୃତ୍ୟୁ । ଝାଡଖଣ୍ଡରୁ ଦିଲ୍ଲୀ ଯାଉଥିବା ଏହି ଏୟାର ଆମ୍ବୁଲାନ୍ସରେ ଥିବା ସମସ୍ତ ସାତଜଣ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି । ପୋଡିଯାଇଥିବା ଜଣେ ରୋଗୀଙ୍କୁ ନେଇ ଝାଡଖଣ୍ଡରୁ ଦିଲ୍ଲୀ ବାହାରିଥିଲା ଏୟାର ଆମ୍ବୁଲାନ୍ସ । ଉଡାଣର କିଛି ସମୟ ପରେ ବିମାନଟି ସୋମବାର ରାତିରେ ଝାଡ଼ଖଣ୍ଡର ଛତ୍ରା ଜିଲ୍ଲାର ସିମରିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ରୋଗୀ, କ୍ୟୁ ସଦସ୍ୟଙ୍କ ସହ ବିମାନରେ ଥିବା ସାତ ଜଣଙ୍କର ଜୀବନ ଯାଇଛି ।

ଦୁର୍ଘଟଣାର କିଛି ଘଣ୍ଟା ପରେ ଏହି ନିଶ୍ଚିତ ହୋଇଛି । ପୂର୍ବରୁ ରିପୋର୍ଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କଥା କୁହାଯାଇଥିଲା, କିନ୍ତୁ ଚତ୍ରା ଡେପୁଟି କମିଶନର କୀର୍ତ୍ତିଶ୍ରୀ ଜି ପରେ କହିଛନ୍ତି ଯେ ବିମାନରେ ଥିବା ସମସ୍ତେ ମୃତ୍ୟୁବରଣ କରିଛନ୍ତି । ଏସଡିପିଓ ଶୁଭମ ଖଣ୍ଡେଲୱାଲ କହିଛନ୍ତି ଯେ ବିମାନରେ ଥିବା ସମସ୍ତ ସାତଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ହେଉଛନ୍ତି କ୍ୟାପ୍ଟେନ୍ ବିବେକ ବିକାଶ ଭଗତ, ସହ କ୍ୟାପ୍ଟେନ୍ ସବ୍ରଜଦୀପ, ରୋଗୀ ସଞ୍ଜୟ କୁମାର, ଅର୍ଚ୍ଚନା ଦେବୀ, ଡାକ୍ତର ବିକାଶ କୁମାର ଗୁପ୍ତାଙ୍କ ସହ ୭ ବିମାନରେ ଥିବା ସମସ୍ତଙ୍କ ମୃତ୍ୟୁ ହୋଇଛି ।
ରେଡବର୍ଡ ଏୟାରୱେଜ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ପରିଚାଳିତ ବିଚ୍କ୍ରାଫ୍ଟ ସି୯୦ ବିମାନଟି ରାଞ୍ଚିରୁ ଦିଲ୍ଲୀର ଏକ ମେଡିକାଲ ଯାଉଥିଲା । ବିମାନଟି ସନ୍ଧ୍ୟା ୭:୧୧ରେ ରାଞ୍ଚିରୁ ଉଡ଼ାଣ କରିଥିଲା ଏବଂ ପ୍ରାୟ ୧୦ଟାରେ ଦିଲ୍ଲୀରେ ଅବତରଣ କରିବାର ନିର୍ଦ୍ଧାରିତ ଥିଲା । ଡିଜିସିଏ, ଅନୁଯାୟୀ, ବିମାନଟି ସନ୍ଧ୍ୟା ୭:୩୪ରେ କଲିକତା ରାଡାର ସମ୍ପର୍କ ହରାଇଥିଲା, ଲାତେହର ଜିଲ୍ଲାର ଚାନ୍ଦୱାର ବାସିନ୍ଦା ସଞ୍ଜୟ କୁମାର ୬୫% ପୋଡିଯାଇଥିବା ବେଳେ ଗୁରୁତର ଥିଲେ । ଏହି ଘଟଣା ପରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏଏଆଇବି)ର ଏକ ଟିମ୍ ଦୁର୍ଘଟଣାର କାରଣ ତଦନ୍ତ କରିବାକୁ ପଠାଯାଇଛି ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ଅଯୋଧ୍ୟାରେ ଗୌତମ ଆଦାନୀଙ୍କ ଭକ୍ତି ଯାତ୍ରା, ଭାରତର ପରମ୍ପରାକୁ ଦେଲେ ନୂଆ ଗୌରବ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK




Click it and Unblock the Notifications