କେଦାରନାଥରେ ଏୟାର ଆମ୍ବୁଲାନ୍ସ କ୍ରାସ୍
ଉତ୍ତରାଖଣ୍ଡ କେଦାରନାଥରେ ଏମ୍ସ ରିଷିକେଷର ହେଲି ଆମ୍ବୁଲାନ୍ସ କ୍ରାସ । ହେଲିକପ୍ଟରରେ ୫ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ କାହାର କ୍ଷତି ହୋଇନାହିଁ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଗଢୱାଲର କମିଶନର ବିନୟ ଶଙ୍କର ପାଣ୍ଡେ ଏହାର ସୂଚନା ଦେଇଛନ୍ତି ।

ଏମ୍ସ ରିଷିକେଷ ଦୂର ଯାତ୍ରୀଙ୍କୁ ନେଇ ଏୟାର ଆମ୍ବୁଲାନ୍ସ ସର୍ଭିସ ପ୍ରଦାନ କରିଥାଏ । ତେଣୁ ହେଲି ଆମ୍ବୁଲାନ୍ସ ସେବାର ଏକ ହେଲିକପ୍ଟର କେଦାରନାଥ ପାଖରେ ବୈଷୟିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗସ୍ତ ହୋଇଥିବା ସୂଚନା ମିଳିଛି । ତେବେ ଏଥିରେ ଥିବା ସମସ୍ତ ଲୋକ ସୁରକ୍ଷିତ ରହିଛନ୍ତି ।
ହେଲି ଆମ୍ପୁଲାନ୍ସ ସେବା କେଦାରନାଥକୁ ରୋଗୀ ଆଣିବାକୁ ଯାଇଥିଲା । କିନ୍ତୁ ଲ୍ୟାଣ୍ଡିଂ ସମୟରେ ବୈଷୟିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଏମ୍ସର ଜଣେ ବରିଷ୍ଠ ଜନସଂପର୍କ ଅଧିକାରୀ ସନ୍ଦୀପ କୁମାର ସିଂ କହିଛନ୍ତି ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଉତ୍ତରକାଶୀ ଜିଲ୍ଲା ଗଂଗୋତ୍ରୀରେ ଏକ ପ୍ରାଇଭେଟ ହେଲିକପ୍ଟର କ୍ରାସ ହୋଇଥିଲା । ଏଥିରେ ୬ ଜଣଙ୍କ ଜୀବନ ଚାଲିଯାଇଥିଲା । ହେଲିକପ୍ଟରଟି ଡେରାଡୁନରୁ ହର୍ଷିଲ ହେଲିପ୍ୟାଡ ପାଇଁ ବାହାରିଥିଲା । ଗଙ୍ଗନାନୀର ସାମ୍ନାରେ ଥିବା ନାଗ ମନ୍ଦିରର ତଳେ ଭାଗୀରଥୀ ନଦୀ ପାଖରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।












Click it and Unblock the Notifications