ଭାରତରେ ପ୍ରଥମ ଥର ପାଇଁ ତିଆରି ହେଲା ସ୍ୱଦେଶୀ MRI ମେସିନ୍
ବୈଷୟିକ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଏକ ବଡ଼ ସଫଳତା ପାଇଛି । ଦେଶରେ ପ୍ରଥମ ଥର ପାଇଁ ମ୍ୟାଗ୍ନେଟିକ୍ ରେଜୋନାନ୍ସ ଇମେଜିଂ (ଏମଆରଆଇ) ମେସିନ ତିଆରି କରାଯାଇଛି । ବର୍ତ୍ତମାନ ଏହି ମେସିନକୁ ବିଦେଶରୁ ଆମଦାନୀ କରାଯାଉଛି ।
ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡା. ଏମ୍ ଶ୍ରୀନିବାସ କହିଛନ୍ତି, ଭାରତ ଏବଂ ପୋଷ୍ଟ ଅପରେଟିଭ ତଦାରଖ , ଆଇସିୟୁ, ଏମଆରଆଇରେ ଅଧିକାଂଶ ଉପକରଣ ବାହାରୁ ଆମଦାନୀ ହେଉଛି । ଏହାକୁ ହ୍ରାସ କରିବାକୁ ଆତ୍ମନିର୍ଭର ଭାରତ ହେବାକୁ ଗୋଟିଏ ପାଦ ଆଗକୁ ପଦକ୍ଷେପ ନିଆଯାଇଛି । ଇଲେକ୍ଟ୍ରୋନିକ୍ସ ଏବଂ ଇନଫ୍ରମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଜରିଆରେ ସୋସାଇଟି ଫର ଏଲ୍ପାଇଡ ମାଇକ୍ରୋୱେବ ଇଲେକ୍ଟ୍ରୋନିକ ଇଞ୍ଜିନିୟରିଂ ଆଣ୍ଡ ରିସର୍ଜ (SAMEER) ସହ ବୁଝାମଣା ହୋଇଛି ।

ସୂଚନା ଅନୁସାରେ, ଫିସର ମେଡିକାଲ୍ ଭେଞ୍ଚର୍ସ ଲିମିଟେଡ୍ (ଏଫଏମଭିଏଲ୍) ଭାରତରେ ପ୍ରଥମ ସ୍ୱଦେଶୀ ମ୍ୟାଗ୍ନେଟିକ୍ ରେଜୋନାନ୍ସ ଇମେଜିଂ (ଏମଆରଆଇ) ସିଷ୍ଟମ୍ ନିର୍ମାଣ କରି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଏହି ଐତିହାସିକ ସଫଳତା ଏଫଏମଭିଏଲ୍କୁ ଆମଦାନୀ ହୋଇଥିବା ଚିକିତ୍ସା ଉପକରଣ ଉପରେ ଦେଶର ନିର୍ଭରଶୀଳତା ହ୍ରାସ କରିବାରେ ସହାୟକ ହେବ । ଭାରତ ନିଜର ବିଭିନ୍ନ ମେଡିକାଲ ଯନ୍ତ୍ରପାତିର ପ୍ରାୟ ୮୦-୮୫% ବିଦେଶରୁ ଆମଦାନୀ କରିଥାଏ । ଏବାବଦରେ ଭାରତ ବର୍ଷକୁ ପ୍ରାୟ ୬୩୨୦୦ କୋଟି ଟଙ୍କାର ବୈଦେଶିକ ମୁଦ୍ରା ବ୍ୟୟ କରିଥାଏ ।












Click it and Unblock the Notifications